ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଆଗରେ ଜୟ ଶ୍ରୀରାମ- ଜୟ ଜଗନ୍ନାଥ ନାରାବାଜି । ମୁହାଁମୁହିଁ ହେଲେ ବିଜେଡି-ବିଜେପି ସମର୍ଥକ ।

605

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଆଗରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁଁ । ଦୁଇ ଦଳର କର୍ମୀମାନେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସର ପରିସରରେ ନାରାବାଜି କରିବା ସହିତ ମୁହାଁମୁହିଁ ହେଇଛନ୍ତି । ତେବେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ, ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିପାରିନି । ଆଜି ପ୍ରଥମେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରାର୍ଥିପତ୍ର ଭରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ଏହି ସମୟରେ ଦୁଇ ଦଳର ନେତାଙ୍କ ସମର୍ଥକମାନେ ପ୍ରଥମେ ନାରାବାଜି କରିବା ସହିତ ସାମ୍ନାସାମ୍ନି ହେଇଥିଲେ ।