ନାମାଙ୍କନ ଦାଖଲ କଲେ ଅପରାଜିତା ଷଡଙ୍ଗୀ । ଜିଲ୍ଲାପାଳ ଅଫିସ ଆଗରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ ।

1,357

କନକ ବ୍ୟୁରୋ: ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଭରିଲେ ଅପରାଜିତା ଷଡଙ୍ଗୀ । ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ନାମାଙ୍କନ ଭରିଛନ୍ତି ଅପରାଜିତା । ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଅପରାଜିତା । ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ । ହେଲେ ଯେତେବେଳେ ଜିଲ୍ଲାପାଳଙ୍କ ଅଫିସ ଭିତରେ ଅପରାଜିତା ପ୍ରାର୍ଥିପତ୍ର ଭରୁଥିଲେ, ସେହି ସମୟରେ ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ଜିଲ୍ଲାପାଳ ଅଫିସ ଆଗରେ ବିଜେଡି ଏବଂ ବିଜେପି କର୍ମୀ ମୁହାଁମୁହିଁ ହେଇଥିଲେ । ଉଭୟ ଗୋଷ୍ଠୀର ସମର୍ଥକ ନାରାବାଜି କରିବା ସହିତ ଜୟ ନବୀନ, ଜୟ ମୋଦୀ ନାରା ପକାଇଥିଲେ । ସୂଚନାଯୋଗ୍ୟ ଯେ, ଅପରାଜିତାଙ୍କ ପୂର୍ବରୁ ବିଜେଡି ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ ରାଉତରାୟ । ତେବେ ଭୋଟ୍ ପଡିବାକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ, ଜିଲ୍ଲପାଳ ଅଫିସ ଆଗରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହେବା ଚର୍ଚ୍ଚା ସୃଷ୍ଟି କରିଛି ।