ଚନ୍ଦ୍ରମାରେ ରହିଛି ଆକଳନଠାରୁ ଆଠ ଗୁଣା ପାଣି : ଇସ୍ରୋର ନୂଆ ଆବିଷ୍କାର

155

କନକ ବ୍ୟୁରୋ: ଚନ୍ଦ୍ରମାରେ ଆକଳନଠାରୁ ୮ଗୁଣା ଅଧିକ ପାଣି ରହିଛି, ଯାହା ବରଫ ଆକାରରେ ଗଚ୍ଛିତ ରହିଛି । ଏହା ଇସ୍ରୋର ବୈଜ୍ଞାନିକମାନେ ନୂଆ କରି ଆବିଷ୍କାର କରିଛନ୍ତି । ଏଥିରେ ସାମିଲ ଅଛନ୍ତି ଇସ୍ରୋର ସ୍ପେଶ୍ ଆପ୍ଲିକେସନ୍ ସେଣ୍ଟର, ଆଇଆଇଟି କାନପୁର, ୟୁନିଭର୍ସିଟି ଅଫ୍ ସଦର୍ଣ୍ଣ କାଲିଫର୍ଣ୍ଣିଆ, ଜେଟ୍ ପ୍ରୋପଲ୍ସନ୍, ଓ ଆଇଆଇଟି ଆଇଏସଏମର ବୈଜ୍ଞାନିକମାନେ ମିଳିତ ଭାବେ ଏହି ଗବେଷଣାମୂଳକ ଆବିଷ୍କାର କରିଛି ।

ଇସ୍ରୋର ନୂଆ ରିପୋର୍ଟ ଅନୂଯାୟୀ, ଚନ୍ଦ୍ର ପୃଷ୍ଠର ୨ରୁ ୪ ମିଟର ତଳେ ଆକଳନଠାରୁ ଅଧିକ ବରଫ ରହିଛି । ଏହାକୁ ଖନନ କରାଯାଇ ଉତ୍ତୋଳନ କରାଯାଇପାରିବ ଏବଂ ଏହା ଚନ୍ଦ୍ରର ଦୁଇ ଗୋଲାର୍ଦ୍ଧରେ ଜମା ହୋଇ ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାଦ୍ୱରା ମନୁଷ୍ୟ ଜାତି ଦୀର୍ଘ ଦିନ ଯାଏଁ ଚନ୍ଦ୍ରରେ ବସବାସ କରିପାରିବ । ଏବଂ ଏହାଦ୍ୱାରା ଅନେକ ସ୍ପେଶ୍ ଏଜେନ୍ସି ଗୁଡିକୁ ମଧ୍ୟ ଲାଭ ମିଳିବ ।