ପୁରୀରେ ଜୋରଦାର ପ୍ରଚାର । ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ରାଲି । ଦେବଗଡ଼ରେ ସେମ୍ ହେମ୍ବ୍ରମଙ୍କ ରୋଡ଼ ସୋ ।

132

କନକ ବ୍ୟୁରୋ: ବିଜେଡି ପକ୍ଷରୁ ପୁରୀ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରାଯାଉଛି । ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା, ଜିଲ୍ଲାପରିଷଦ ସଦସ୍ୟଙ୍କ ସମେତ ଅନେକ ନେତା ଓ କର୍ମୀ ଏହି ପ୍ରଚାରରେ ସାମିଲ ହୋଇଥିଲେ । ରୋଡ୍ ସୋ’ କରି ବିଭିନ୍ନ ସ୍ଥାନରେ ସାଧାରଣ ସଭା କରିଛନ୍ତି ।

ସେପଟେ ଦେବଗଡ଼ ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସେମ ହେମ୍ବ୍ରମଙ୍କ ନାଁ ଘୋଷଣା ପରେ ଦଳୀୟ କର୍ମୀ ମାନେ ତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ଦଳୀୟ କର୍ମକର୍ତ୍ତାଙ୍କ ସହ ବିରାଟ ପଟୁଆରରେ ରୋଡ ସୋ କରିଛନ୍ତି ସେମ ହେମ୍ବ୍ରମ । ଏହାପରେ ଗୋପବନ୍ଧୁ ଛକ ଠାରେ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଲୋକେ ପରିବର୍ତନ ଚାହୁଁଥିବା ବେଳେ ଏଥର କଂଗ୍ରେସର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ସେମ୍ ହେମ୍ବ୍ରମ ।