ଅମିତ ଶାହା ଫେକ ଭିଡିଓ ମାମଲାରେ ଆଉ ଦୁଇ ଗିରଫ । କଂଗ୍ରେସ-ଆମ ଆଦମୀ ପାର୍ଟି ସହ ଅଭିଯୁକ୍ତଙ୍କ ସମ୍ପୃକ୍ତି ସୂଚନା

232

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫେକ ଭିଡିଓ ମାମଲାରେ ଆଉ ଦୁଇ ଗିରଫ । ଅଭିଯୁକ୍ତ ଆମ ଆଦମୀ ପାର୍ଟି ଓ କଂଗ୍ରେସ ସହ ସମ୍ପୃକ୍ତ । ଅହମଦାବାଦ ସାଇବର କ୍ରାଇମ ଟିମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତ ହେଉଛନ୍ତି ସତୀଶ ବନସୋଲା, ଆରବି ବାରିୟା । ସତୀଶ ବନସୋଲା ହେଛନ୍ତି କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀଙ୍କ ବ୍ୟକ୍ତିଗତ ସଚିବ ଓ ଆରବି ବାରିୟା ହେଉଛନ୍ତି ଆମ ଆଦମୀ ପାର୍ଟି ଦାହୋଡ ଜିଲ୍ଲା ମୁଖ୍ୟ । ସୋମବାର ଆସାମ ପୁଲିସ ଏହି ମାମଲାରେ ଜଣଙ୍କୁ ଗିରଫ କରିଛି । ଏଥିସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସମନ ପଠାଇଛି ଦିଲ୍ଲୀ ପୁଲିସ । ମେ ୧ ତାରିଖରେ ହାଜର ହେବାକୁ କୁହାଯାଇଛି । ଶାହାଙ୍କ ଫେକ ଭିଡିଓ ମାମଲରେ ବିଜେପି ଇସିଙ୍କ ଦ୍ୱାରସ୍ଥ ହୋଇଥିଲା । ନିର୍ବାଚନ ପ୍ରକିୟାରେ ବାଧା ଦେବାକୁ ଜାଣିଶୁଣି ଡିପଫେକ଼ ଭିଡିଓ ସୋସିଆଲ ମିଡିଆରେ ଭରାଇରାଲ କରାଯାଉଛି । ଏଥିପାଇଁ କଡ଼ା କାର୍ଯ୍ୟାନୁଷ୍ଟାନ ଦାବି କରିଛି ବିଜପି । ସୋସିଆଲ ମିଡିଆରେ ଏକ ଭିିଡିଓ ଭାଇରାଲ ହେଉଛି । ଯଦି ବିଜେପି ପୁଣି ସରକାରକୁ ଆସେ ତେବେ ଏସସି/ଏସଟି ସଂରକ୍ଷଣ ଶେଷ କରାଯିବ ବୋଲି ଅମିତ ଶାହା ଭିଡିଓରେ କହୁଥିବା ଦେଖିବାକୁ ମିଳିଛି ।