ଜେଡିଏସରୁ ବିଦା ହେଲେ ଦେବେଗୌଡାଙ୍କ ସାଂସଦ ନାତି ପ୍ରଜ୍ୱଳ ରେଭାନ୍ନା । ଭିଡିଓ ସ୍କାଣ୍ଡାଲ ମାମଲାରେ ପ୍ରମାଣ ଗୋଟାଉଛି ଏସଆଇଟି

91

କନକ ବ୍ୟୁରୋ : ଘନଉଛି କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ଭିଡିଓ ଘଟଣା । ଜେଡିଏସ ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳ ନିଲମ୍ବିତ କରିଛି । ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ଅଧ୍ୟକ୍ଷତା ବସିଥିବା ବୈଠକରେ ପ୍ରଜ୍ୱଳଙ୍କୁ ନିଲମ୍ବନ ଘୋଷଣା କରାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ମାମଲାରେ ଏସଆଇଟିର ଏଟ୍ରିଂ ହୋଇଛି । ପାଖାପାଖି ଅଢ଼େଇ ହଜାର ଅଶ୍ନୀଳ ଭିିଡିଓ ଓ ପେନଡ୍ରାଇଭ ଯାଂଚ କରି ପ୍ରଜ୍ୱଳଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରୁଛି ଏସଆଇଟି । ଜେଡିଏସ କହିଛି ଏସଆଇଟି ତଦନ୍ତ ଚାଲିବା ପର୍ଯ୍ୟନ୍ତ ପ୍ରଜ୍ୱଳ ନିଲମ୍ବିତ ରହିବେ ।

ଘଟଣାକୁ ନେଇ ଜେଡିଏସ ଓ ବିଜେପିକୁ ଟାର୍ଗେଟ କରୁଛି କଂଗ୍ରେସ । ଯେଉଁ ବିଜେପି ସରକାର ମହିଳାଙ୍କ ସୁରକ୍ଷା କଥା କହୁଛି ତାର ସହଯୋଗୀ ଦଳର ନେତା ସେକ୍ସ ସ୍କାଣ୍ଡାଲରେ ଲିପ୍ତ । ଘଟଣା ଉଭୟ ବିଜେପି ଓ ଜେଡିଏସର ଜବାବ ଦାବି କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସୋସିଆଲ ମିଡିଆ ପୋଷ୍ଟ କରି ଉଭୟ ଦଳଠୁ ଜବାବ ମାଗିଛନ୍ତି । ସେପଟେ ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ଅଭିଯୋଗ ଓ ଦାବିର ପାଲଟା ଜବାବ ରଖିଛନ୍ତି ।

ସମସ୍ତ ଘଟଣା ଏକ ଯୋଜନାବଦ୍ଧ ଷଡଯନ୍ତ୍ର । ମିଛ ଅଭିଯୋଗକୁ ନିର୍ବାଚନୀ ପ୍ରସଙ୍ଗ କରି ପ୍ରଜ୍ୱଳକୁ ଦଳୁର ବାହାର କରିବା ପାଇଁ । ଦଳ ଓ ମେଂଟରେ ଫାଟ କରିବାକୁ । ଦେବେଗୌଡା ପରିବାରକୁ ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି ଅଭିଯୋଗ କରାଯାଉଥିବା ଜେଡିଏସ କହିଛି । ସେପଟେ ଅଭିଯୁକ୍ତ ତଥା ସାଂସଦ ପ୍ରଜ୍ୱଳ ରେବାନ୍ନା ବିଦେଶ ଫେରାର ଅଭିଯୋଗ ଆଣି କଂଗ୍ରେସ ଜୋରଦାର କରିଛି ପ୍ରତିବାଦ । କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଯୁବ କଂଗ୍ରେସ, ମହିଳା କଂଗ୍ରେସ ବିକ୍ଷୋଭ ଜାରି ରଖିଛି ।