ବିଜେଡିରୁ ଇସ୍ତଫା ଦେଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ । ଟିକେଟ୍ କଟିବାରୁ, ବିଜେଡିକୁ କହିଲେ ବାଏ ବାଏ ।

1,071

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଭାଗିରଥୀ ସେଠୀ । ଆନନ୍ଦପୁରର ବିଧାୟକ ଆଜି ବିଜୁ ଜନତା ଦଳକୁ ବାଏ ବାଏ କହିଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଦେଇଛନ୍ତି, ଆଉ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ଭାଗିରଥୀ ସେଠୀ ବିଜୁ ଜନତା ଦଳର ଜଣେ ଆଗଧାଡିର ନେତା ଥିଲେ । ସେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ରହିଥିଲେ । ୨୦୦୯ ସହିତ ୨୦୧୯ରେ ସେ ଆନନ୍ଦପୁରରୁ ବିଜେଡି ଟିକେଟରେ ନିର୍ବାଚିତ ହେଇଥିଲେ । ହେଲେ ୨୦୨୪ରେ କିନ୍ତୁ ତାଙ୍କ ଟିକେଟ୍ କଟିଯାଇଥିଲା । ଆନନ୍ଦପୁର ଆସନରେ ଦଳ ଭାଗିରଥୀଙ୍କ ଟିକେଟ୍ କାଟି, ତାଙ୍କ ବଦଳରେ ଅଭିମନ୍ୟୁ ସେଠୀଙ୍କୁ ଟିକେଟ୍ ଦେଇଥିଲା । ଆଉ ଏହାପରେ ଦଳ ଉପରେ ଅସନ୍ତୁଷ୍ଟ ହେଇ ସେ ଦଳ ଛାଡିଥିବା ନେଇ କୁହାଯାଉଛି ।