ସୁପ୍ରିମକୋର୍ଟଙ୍କ ପ୍ରଶ୍ନବାଣରେ ଇଡି ଘାଇଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ସମୟ ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ,ଶୁକ୍ରବାର ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

418

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ପ୍ରଶ୍ନବାଣରେ ଘାଇଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କାହିଁକି ଗିରଫ କରାଗଲା ବୋଲି ଇଡିକୁ ପ୍ରଶ୍ନ କରିଛନ୍ତି କୋର୍ଟ । ଶୁକ୍ରବାର ସୁଦ୍ଧା ଜବାବ ରଖିବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗିରଫଦାରୀ ଓ ରିମାଣ୍ଡ ବିରୋଧରେ କେଜ୍ରିୱାଲଙ୍କ ପକ୍ଷରୁ ୩ଟି ଆବେଦନ କରାଯାଇଥିଲା । ଯାହା ଉପରେ ଆଜି ଶୁଣାଣୀ କରିଥିଲେ କୋର୍ଟ । ମାମଲାରେ ପୂର୍ବରୁ ଶୁଣାଣୀ କରି ତଦନ୍ତକାରୀ ସଂସ୍ଥାର ଗିରଫଦାରୀକୁ ଉଚିତ ବୋଲି କହିଥିଲେ ଦିଲ୍ଲୀ ହାଇକୋର୍ଟ । ତଳକୋର୍ଟଙ୍କ ନିଷ୍ପତିକୁ ଚ୍ୟାଲେଂଜ କରି କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।