Daily Archives

July 19, 2023

ଖାଉଟିଙ୍କ ପାଇଁ ଖୁସି ଖବର । ୭୦ ଟଙ୍କା ହେଲା ଟମାଟୋ ଦାମ୍ । ସବସିଡି ଟମାଟୋ ଦାମ ପୁଣି କମ କଲେ କେନ୍ଦ୍ର ସରକାର ।

କନକ ବ୍ୟୁରୋ: ସାଧାରଣ ଖାଉଟିଟିଏ ପାଇଁ ଆସିଲା ଖୁସି । ଟମାଟୋ ଦର ପୁଣି କମ୍ କଲେ କେନ୍ଦ୍ର ସରକାର । ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ଯୋଗେଇ ଦିଆଯାଉଥିବା ସବସିଡି ଟମାଟୋ ଏଣିକି କିଲୋ ପିଛା ୮୦ ଟଙ୍କା ନୁହେଁ ବରଂ ୭୦ ଟଙ୍କାରେ ବିକ୍ରି ହେବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତାକାଲି…

ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ । ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ।

କନକ ବ୍ୟୁରୋ: ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ । ଗୁରୁତର ଅବସ୍ଥାରେ ଆରଟିଓ ଅଫିସ୍ର ଟିଆଇଙ୍କ ଡ୍ରାଇଭର ଦୀପ ଟପ୍ପୋଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣା ଘଟିଛି ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ’ର କରମଡ଼ିହିରେ । ଗୁରୁତର ଅବସ୍ଥାରେ ଦୀପକ ଟପ୍ପୋଙ୍କୁ…

ବିରୋଧୀ ଦଳଙ୍କ ମେଣ୍ଟ ନାମ ‘ଇଣ୍ଡିଆ’ ରଖିବାକୁ ନେଇ ବିବାଦ । ୨୬ ବିରୋଧୀ ଦଳ ବିରୋଧରେ ଥାନାରେ ଦାୟର ହେଲା ଅଭିଯୋଗ ।

କନକ ବ୍ୟୁରୋ: ୨୬ ବିରୋଧୀ ଦଳ ବିରୋଧରେ ପୋଲିସ ଷ୍ଟେସନରେ ଦାଖଲ ହେଲା ଅଭିଯୋଗ । ନିଜ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବା ଅଭିଯୋଗରେ ୨୬ ବିରୋଧୀ ଦଳ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଡାକ୍ତର ଅବନୀଶ ମିଶ୍ର । ତାଙ୍କ ଅଭିଯୋଗ ହେଲା, ବିରୋଧୀମାନେ ନିଜ ମେଣ୍ଟର ନାମ ଇଣ୍ଡିଆ ରଖିଛନ୍ତି । ଏହା…

ତାଜମହଲ ପରିସରରେ ବନ୍ୟା ପାଣି । ୪୫ ବର୍ଷ ପରେ ଯମୁନା ଛୁଇଁଲା ତାଜମହଲ

କନକ ବ୍ୟୁରୋ : ତାଜମହଲ । କିଏ କହେ ଏହା ପ୍ରେମର ପ୍ରତୀକ ତ ପୁଣି କିଏ କହେ ଏହା ଐତିହ୍ୟର ସ୍ମାରକୀ । ପ୍ରେମର ପରିପ୍ରକାଶ ହେଉ କି ମନୋରଂଜନ ପାଇଁ ପର୍ଯ୍ୟଟକମାନେ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ଏହି ସ୍ଥାନକୁ   । ହେଲେ ଏବେ ଏହା ବିପଦରେ ଥିବା ଆଶଙ୍କା କରାଯାଉଛି । ପ୍ରବଳ ବର୍ଷାରେ…

ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍ । ସେପ୍ଟେମ୍ବର ୧୭ରେ ଖେଳାଯିବ ଫାଇନାଲ । ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ…

କନକ ବ୍ୟୁରୋ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ଏଥିସହିତ ସେପ୍ଟେମ୍ବର ୨ ତାରିଖରେ ଦୁୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ କ୍ରିକେଟ୍ ପଡିଆରେ ମୁହାଁମୁହିଁ ହେବେ…

ଉତରାଖଣ୍ଡ ଚମୋଲିରେ ବଡ ଧରଣର ଅଘଟଣ । ଅଳକାନନ୍ଦା ନଦୀ ତଟରେ ଫାଟିଲା ଟ୍ରାନ୍ସଫର୍ମର, ୧୫ରୁ ଅଧିକ ମୃତ

କନକ ବ୍ୟୁରୋ : ଟ୍ରାନ୍ସଫରର୍ମର ଫାଟିବାରୁ ଗଲା ୧୫ରୁ ଅଧିକ ଜଣଙ୍କ ଜୀବନ । ଉତରାଖଣ୍ଡ ଚମୋଲି ଅଳକାନନ୍ଦା ନଦୀ ତଟରେ ଏପରି ଭୟାନକ ଘଟଣା ଘଟିଛି । ନମାମୀ ଗଙ୍ଗେ ପ୍ରୋଜେକ୍ଟ ଅଂଚଳରେ ଏହି ଅଘଟଣ ଘଟିଛି । ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ…