ଉତରାଖଣ୍ଡ ଚମୋଲିରେ ବଡ ଧରଣର ଅଘଟଣ । ଅଳକାନନ୍ଦା ନଦୀ ତଟରେ ଫାଟିଲା ଟ୍ରାନ୍ସଫର୍ମର, ୧୫ରୁ ଅଧିକ ମୃତ

123

କନକ ବ୍ୟୁରୋ : ଟ୍ରାନ୍ସଫରର୍ମର ଫାଟିବାରୁ ଗଲା ୧୫ରୁ ଅଧିକ ଜଣଙ୍କ ଜୀବନ । ଉତରାଖଣ୍ଡ ଚମୋଲି ଅଳକାନନ୍ଦା ନଦୀ ତଟରେ ଏପରି ଭୟାନକ ଘଟଣା ଘଟିଛି । ନମାମୀ ଗଙ୍ଗେ ପ୍ରୋଜେକ୍ଟ ଅଂଚଳରେ ଏହି ଅଘଟଣ ଘଟିଛି । ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ସବ-ଇନ୍ସପେକ୍ଟର ଓ ୫ ଜଣ ହୋମଗାର୍ଡ ରହିଛନ୍ତି । ଘଟଣାସ୍ଥଳରେ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ଅନେକ ଆହତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରକଳ୍ପସ୍ଥଳର କେୟାର ଟେକରଙ୍କୁ ପ୍ରଥମେ କଂରେଟ ମାରଥିଲା । ପରେ ଅଳକାନନ୍ଦୀ କୂଳରେ ଲାଗିଥିବା ରେଲିଂରେ ବିଜୁଳି ପ୍ରବାହିତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ପହଁଚିଥିବା ସ୍ଥାନୀୟ ଲୋକେ ଓ ଅନ୍ୟ ଅଧିକାରୀଙ୍କୁ କଂରେଟ ମାରଥିଲା । ରେଲିଂରେ କରେଂଟ ଚାର୍ଜ ହୋଇଯାଇଥିଲା ବୋଲି ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି । ଘଟଣାର ସମ୍ପୂର୍ଣ୍ଣ ସଠିକ ତଦନ୍ତ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ।