Daily Archives

July 22, 2023

ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ । ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ସୂଚନା

କନକ ବ୍ୟୁରୋ : ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହେଲେ ବଲିଉଡ଼ର ଲୋକପ୍ରିୟ ଅଭିନେତା ବିବେକ ଓବରୟ । ସେ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି । ଆଉ ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ଠକିଥିବା ସୂଚନା ମିଳିଛି । ଏହାକୁ ନେଇ ବିବେକଙ୍କ ଚାଟାର୍ଡ଼ ଆକାଉଟାଂଟ ୩ ଜଣଙ୍କ…

ବିକ୍ରି ହେଲା ଦେଶର ପ୍ରଥମ ଘରୋଇ ହିଲ୍ ଷ୍ଟେସନ ।  ୧୮ଶହ ୧୪ କୋଟି ଟଙ୍କାରେ ବିକ୍ରି ହେଲା ଲାଭାସା

କନକ ବ୍ୟୁରୋ : ବିକ୍ରି ହେଲା ଦେଶର ପ୍ରଥମ ଘରୋଇ ହିଲ୍ ଷ୍ଟେସନ ଲାଭାସା । ସୌନ୍ଦର୍ଯ୍ୟରେ ଭରପୂର ଏହି ହିଲ୍ ଷ୍ଟେସନକୁ କିଣିଛି ଡର୍ବିନ ପ୍ଲାଟଫର୍ମ ଇନଫ୍ରାଷ୍ଟ୍ରକଚର ନାମକ ସଂସ୍ଥା । ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ୧୮ଶହ ୧୪ କୋଟି ଟଙ୍କାରେ ଏହି ହିଲ ଷ୍ଟେସନକୁ ବିକ୍ରି କରିବାକୁ…

ଫେରାର ଅଭିଯୁକ୍ତଙ୍କ ମୃତଦେହ ନଦୀରୁ ଉଦ୍ଧାର । ଅଭିଯୁକ୍ତର ମୃତ୍ୟୁ ପାଇଁ ଦାୟୀ କିଏ ?

କନକ ବ୍ୟୁରୋ: କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତ ଶଙ୍କର୍ଷଣ ବେହେରାଙ୍କ ମୃତଦେହ ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହୋଇଛି । ମୋବାଇଲ ଚୋରି ଅଭିଯୋଗରେ ଶଙ୍କର୍ଷଣ ଓରଫ ବବଲୁଙ୍କୁ ପଚରାଉଚରା କରୁଥିଲା ପୋଲିସ । ଶଙ୍କର୍ଷଣଙ୍କ ମୃତ୍ୟୁକୁ ନେଇ ପୋଲିସକୁ ଦାୟୀ କରିଛନ୍ତି ପରିବାରଲୋକେ ।…

ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତପ୍ତ ମାସ । ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ

କନକ ବ୍ୟୁରୋ : ଜୁଲାଇ ୨୦୨୩ ଇତିହାସର ସବୁଠୁ ଉତପ୍ତ ମାସ ବୋଲି ନାସା ପକ୍ଷରୁ କୁହାଯାଇଛି । ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ଏତେମାତ୍ରାରେ ଅସହ୍ୟ ଯେ, ଯାହା ଅନେକ ରେକର୍ଡ଼ ଭାଙ୍ଗିଛି । ଆମେରିକାର ଗବେଷଣା ସଂସ୍ଥା ନାସାର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ଜୁଲାଇ…

ପୂରା ଗାଁକୁ ଠକି ଦେଲା ସାଇବର ଠକ । ଅନଲାଇନ୍ ଆପ୍ ଜରିଆରେ ଚୂନା ଲଗାଇଲା ପାଖାପାଖି କୋଟିଏ ଟଙ୍କା । ଟଙ୍କା ୩ ଗୁଣ…

କନକ ବ୍ୟୁରୋ: ଜଣେ କି ଦୁଇ ଜଣ ନୁହେଁ ପୂରା ଗାଁକୁ ଚୂନ ଲଗାଇଦେଲା ସାଇବର ଠକ । ଟଙ୍କା ତିନି ଗୁଣା କରିବାର ଲୋଭ ଦେଖାଇ ଏକ ଆପ ମାଧ୍ୟମରେ ଗୋଟିଏ ଗାଁରୁ ନେଇଗଲା କୋଟିଏରୁ ଅଧିକ ଟଙ୍କା । ଲୋଭର ବଶବର୍ତୀ ହୋଇ ଟଙ୍କା ବାନ୍ଧିଥିଲେ ଯୁବକରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ । ଆଉ ଟଙ୍କା ଗଲା ପରେ…

ବର୍ଷା ଆଣିଛି ବନ୍ୟା ବିଭୀଷିକା । ବର୍ଷାରେ ବେହାଲ ଗୁଜରାଟ ଓ ମହାରାଷ୍ଟ୍ର, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଆଦି…

କନକ ବ୍ୟୁରୋ : ଦେଶର ଅଧା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା । ପ୍ରବଳ ବର୍ଷା କାରଣରୁ କେଉଁଠି ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ବିଭିନ୍ନ ସ୍ଥାନରେ ଘର, ଅଫିସ ଆଦି କାର୍ଯ୍ୟାଳୟରେ ପାଣି ପଶିଯାଇଛି । ଘର ଭିତରେ ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।…