ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ । ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ।

2,564

କନକ ବ୍ୟୁରୋ: ଗାଡ଼ି ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ବୋଲେରୋ । ଗୁରୁତର ଅବସ୍ଥାରେ ଆରଟିଓ ଅଫିସ୍ର ଟିଆଇଙ୍କ ଡ୍ରାଇଭର ଦୀପ ଟପ୍ପୋଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣା ଘଟିଛି ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ’ର କରମଡ଼ିହିରେ । ଗୁରୁତର ଅବସ୍ଥାରେ ଦୀପକ ଟପ୍ପୋଙ୍କୁ ପ୍ରଥମେ ସୁନ୍ଦରଗଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ଏବେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପରେ ଡ୍ରାଇଭରକୁ କାବୁ କରି ପୁଲିସକୁ ଜିମା ଦେଇଛନ୍ତି ପରିବହନ କର୍ମଚାରୀ । ଗାଡି ଚଢାଇବାବେଳେ ବେଳେ ବୋଲେରା ଡ୍ରାଇଭର ନିଶାସକ୍ତ ଥିଲେ ନା ନାହଁ ସେ ସମ୍ପର୍କରେ ଛାନ ଭିନ୍ କରାଯାଉଛି । ଘଟଣା ଏକ ଦୁର୍ଘଟଣା ଥିଲା ନା ଜାଣିଶୁଣି କରାଯାଇଛି ତା ଉପରେ ତଦନ୍ତ କରାଯାଉଛି ।