ପାଣିକୋଇଲିରୁ ଆସିଲା ଦୁଃଖଦ ଖବର । କମ୍ ମାର୍କ ପାଇଥିବାରୁ ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା !

617

କନକ ବ୍ୟୁରୋ : ପାଣିକୋଇଲିରୁ ଆସିଛି ଏକ ଦୁଃଖଦ ଖବର । ମାଟ୍ରିକ ପରୀକ୍ଷାରେ କମ ନମ୍ବର ରଖିବାରୁ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁଆ ଗାଁରୁ । ଗାଁର ବ୍ରଜବିହାରୀ ପଣ୍ଡା ଓ ମନ୍ଦାକିନୀ ପଣ୍ଡାଙ୍କ ପୁଅ ପ୍ରଜ୍ଞାନ କୁମାର ପଣ୍ଡା ଆଜି ରେଜଲ୍ଟ ବାହାରିବାର ପରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ମାଆଙ୍କ ଶାଢୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଜ୍ଞାନ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ତେବେ ରେଜଲ୍ଟ ପ୍ରକାଶ ପାଇବା ପରେ ସି ଗ୍ରେଡ ପାଇ ଚିନ୍ତିତ ଥିଲେ । ସୁକିନ୍ଦା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ରଜ କଳିଙ୍ଗନଗର ଶିଳ୍ପାଂଚଳରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିବାବେଳେ ମା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି ।