ଚର୍ଚ୍ଚାରେ ପ୍ରଶାନ୍ତ କିଶୋର ଏବଂ ଯୋଗେନ୍ଦ୍ର ଯାଦବଙ୍କ ଆଳକନ । ବିଜେପି ଏବଂ ଏନଡିଏ ୨୭୫ରୁ ୩୦୩ ଏବଂ ବିରୋଧୀ ୨୦୫ରୁ ୨୩୫ ଆସନରେ ହେବେ ବିଜୟୀ । କମିବ ବିଜେପିର ଆସନ ସଂଖ୍ୟା !

3,738

କନକ ବ୍ୟୁରୋ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଜୁନ ୧ ତାରିଖରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଦୁଇ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ ଯୋଗେନ୍ଦ୍ର ଯାଦବ ନିର୍ବାଚନ ଫଳାଫଳକୁ ନେଇ ପୂର୍ବାନୁମାନ କରିଛନ୍ତି । ଉଭୟ ନେତା ପ୍ରାୟ ସମାନ ଆକଳନ କରିଛନ୍ତି । ବିଜେପି ଏବଂ ଏନଡିଏ ୨୭୫ରୁ ୩୦୩ ଆସନରେ ବିଜୟୀ ହେବା ସହ, କଂଗ୍ରେସ ଏବଂ ବିରୋଧୀ ୨୦୫ରୁ ୨୩୫ ଆସନରେ ବିଜୟୀ ହେବେ ବୋଲି ଆକଳନ କରିଛନ୍ତି ଯୋଗେନ୍ଦ୍ର । ଏପରିକି ଏଥର ବିରୋଧୀ ଏନଡିଏକୁ ଟପିଯିବାର ସୁଯୋଗ ଥିବା କହିଛନ୍ତି ଯୋଗେନ୍ଦ୍ର ଯାଦବ ।

  • ଫଳାଫଳ ପୂର୍ବରୁ ପୂର୍ବାନୁମାନ
  • ଏକମତ ପ୍ରଶାନ୍ତ-ଯୋଗେନ୍ଦ୍ର!

ଦେଶର ଦୁଇ ଚର୍ଚ୍ଚିତ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ ଯୋଗେନ୍ଦ୍ର ଯାଦବ ନିର୍ବାଚନ ରେଜଲ୍ଟ ପୂର୍ବାନୁମାନକୁ ନେଇ ଏକମତ ହୋଇଛନ୍ତି । ଶୁକ୍ରବାର ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଏକ ଭିଡିଓର ସ୍କିନସଟ୍ ସେୟାର କରିଛନ୍ତି । ଯେଉଁଥିରେ ବିଜେପି ୨୪୦ ରୁ ୨୫୦ ସିଟ୍ ଏବଂ ସହଯୋଗୀମାନେ ୩୫ରୁ ୩୫ ସିଟ୍ , କଂଗ୍ରେସ ୫୦ରୁ ୧୦୦ ଏବଂ ଇଣ୍ଡିଆ ବ୍ଳକ ୧୨୦ରୁ ୧୩୫ ଆସନ ପାଇବ ବୋଲି ଲେଖାଅଛି ।

  • କିଏ ଗଢ଼ିବ ସରକାର ?
  • ବିଜେପିର କମିପାରେ ଆସନ

ଦେଶରେ ସରକାର ଗଢିବାକୁ ୨୭୨ ଆସନର ଆବଶ୍ୟକତା ରହିଛି । ପ୍ରଶାନ୍ତଙ୍କ ଅନୁସାରେ, ଗତ ସାଧାରଣ ନିର୍ବାଚନରେ ବିଜେପି/ଏନଡିଏ ୩୦୩ରୁ ୩୨୩ ଆସନ ପାଇଥିଲା । ସେଥିରୁ ଶିବସେନାର ୧୮ ଆସନ ଅଛି ଯିଏ ଏବେ ଏନଡିଏ ସହ ନାହିଁ । ତେଣୁ କିଏ ଏଥର ସରକାର ଗଢିବ ତୁମେ ଆକଳନ କର । ଜୁନ ୪ ତାରିଖରେ ଜଣାପଡିବ କିଏ କ’ଣ କହୁଛି । ତେବେ ଯୋଗେନ୍ଦ୍ର କହିଛନ୍ତି, ଏନଡିଏକୁ ବିରୋଧୀ ଏଥର ଅତିକ୍ରମ କରିଯିବାର ଏକ ସୁଯୋଗ ମଧ୍ୟ ରହିଛି ।

ଯୋଗେନ୍ଦ୍ରଙ୍କ ଆକଳନ

  • ‘ଦକ୍ଷିଣ ଓ ପୂର୍ବ ଭାରତରେ ଆଶା ଅପେକ୍ଷା ଫଳ ପାଇବନି ବିଜେପି
  • ହେଲେ କେରଳରୁ ଓଡ଼ିଶା ପର୍ଯ୍ୟନ୍ତ ବିଜେପିର ଆସନ ବୃଦ୍ଧି ହେବ
  • ଓଡ଼ିଶାରେ ୧୨ ଟି ଆସନରେ ଜିତିପାରେ ବିଜେପି
  • ଆନ୍ଧପ୍ରଦେଶର ବିଜେପି ୩ ଓ ସହଯୋଗୀ ୧୨ ଆସନ
  • ତେଲେଙ୍ଗାନାରେ ବିଜେପିକୁ ଅଧିକ ୪ ଆସନ ମିଳିପାରେ
  • କର୍ଣ୍ଣାଟକକୁ ଛାଡ଼ି ଦକ୍ଷିଣରେ ବିଜେପି ୧୩, ସହଯୋଗୀ ୧୪ ଆସନ
  • କଂଗ୍ରେସ ସରକାର ଥିବା ଦକ୍ଷିଣ ରାଜ୍ୟରେ ବିଜେପି ୧୩ ଆସନ ହରାଇପାରେ
  • ପଶ୍ଚିମବଙ୍ଗରେ ବିଜେପି ଲାଭ ଅବା କ୍ଷତି ହେବନି
  • ଆସାମ ଭଳି ଉତ୍ତର-ପୂର୍ବ ରାଜ୍ୟରେ ବିଜେପିକୁ ଏତେ ସଫଳତା ମିଳିବନି
  • ମହାରାଷ୍ଟ୍ରରେ ୫ରୁ ୧୫ ଆସନ ହରାଇପାରେ ବିଜେପି
  • ରାଜସ୍ଥାନ, ଗୁଜରାଟରେ ବିଜେପିର କମିପାରେ ୧୦ ଆସନ
  • ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶରେ ୧୦ ଆସନ କମ ପାଇବ ବିଜେପି

ରାଜନୈତିକ ରଣନୀତିକାର ଯୋଗେନ୍ଦ୍ର ଯାଦବଙ୍କ ଆକଳନ ଅନୁସାରେ ଯଦି ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ହରିଆଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାରରେ ଯଦି ବିଜେପି ବିରୋଧୀ ଲହର ଆସେ ତେବେ ଏନଡିଏର ଆସନ ସଂଖ୍ୟା ୨୭୫ ଆସନକୁ ଖସି ଆସିପାରେ ।