Daily Archives

May 11, 2023

କାଠଗଡାରେ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ। ‘ଫ୍ଲୋର ଟେଷ୍ଟ ଡାକିବା ଅସାମ୍ବିଧାନିକ’

କନକ ବ୍ୟୁରୋ: ମହାରାଷ୍ଟ୍ର ସିନ୍ଦେ ଗୋଷ୍ଠୀ ବନାମ ଉଦ୍ଧବ ଗୋଷ୍ଠୀ ମାମଲାରେ ବିଚାର କରି ଏଭଳି କଡା ଟିପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସମେତ ପାଞ୍ଚ ଜଣିଆ ଖଣ୍ଡପୀଠ ଉଭୟ ପକ୍ଷରୁ କରାଯାଇଥିବା ଏକାଧିକ ମାମଲାର ବିଚାର କରି, ମହାରାଷ୍ଟ୍ର ତକ୍ରାଳୀନ…

ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍ । ୧୦ଟି ସ୍ଥାନରେ ରେଡ କରିଛି ଆୟକର ବିଭାଗ ।

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ । ସନାତନ କେନ୍ଦୁଝରର ଜଣେ କ୍ଷମତାଶାଳୀ ନେତା ତଥା ଖଣି ବ୍ୟବସାୟୀ । ତାଙ୍କର ଭୁବନଶ୍ୱେର ଘର ସମେତ ୧୦ଟି ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ସନା ମହାକୁଡ କେନ୍ଦୁଝରର ଖଣି ଅଞ୍ଚଳରେ ବେଶ ପ୍ରଭାବଶାଳୀ ।…

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ତୁରନ୍ତ ମୁକୁଳିଲେ ଇମ୍ରାନ ଖାନ, କୋର୍ଟ କହିଲେ ଇମ୍ରାନଙ୍କୁ ଗିରଫ କରିବା ବେଆଇନ

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲରୁ ମୁକୁଳିଛନ୍ତି । ତାଙ୍କ ଗରଫଦାରୀକୁ ବେଆଇନ କହି ତୁରନ୍ତ ତାଙ୍କୁ ଜେଲରୁ ମୁକୁଳାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ପରେ ତାଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଇଛି । ଅଲ-କାଦିର ଟ୍ରଷ୍ଟ…

ମୋଦୀଙ୍କୁ ଭେଟିଲେ ନବୀନ। ଦୋହରାଇଲେ ସମଦୂରତା ଫର୍ମୁଲା, କହିଲେ ତୃତୀୟ ସାମ୍ମୁଖ୍ୟରେ ସେ ନାହାନ୍ତି

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ନବୀନଙ୍କୁ ଭେଟିବା ପରେ ସମସ୍ତଙ୍କ ନଜର ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନବୀନଙ୍କ ଭେଟଘାଟକୁ । କାରଣ ମୋଦୀ ବିରୋଧୀ ମେଣ୍ଟ ପାଇଁ ଦେଶର ତୁଙ୍ଗନେତାମାନେ ନବୀନଙ୍କୁ ଭେଟୁଛନ୍ତି…

ମୋଦୀଙ୍କ ଆଗରେ ୪ ଦାବି ରଖିଲେ ନବୀନ। ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଠକ ଶେଷ । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ବିମାନବନ୍ଦରରେ ବହୁତ ଭିଡ ହେଉଥିବାରୁ ପୁରୀରେ ବିମାନ ବନ୍ଦର ପାଇଁ ଦାବି ରଖିଥିବା ସେ କହିଛନ୍ତି । ଏହାକୁ…

ସିସୋଦିଆଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି, ଭିଡିଓ କଲ ମାଧ୍ୟମରେ ସ୍ତ୍ରୀଙ୍କ ସହ ହୋଇପାରିବେ କଥା

କନକ ବ୍ୟୁରୋ : କଥିତ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଜାମିନ ଆବେଦନ ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ବି ଅନ୍ୟ ଏକ ଆବେଦନ ଉପରେ କୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ସିସୋଦିଆ…