Daily Archives

May 13, 2023

କାଲି ବସିବ କଂଗ୍ରେସ ବିଧାୟକ ଦଳର ବୈଠକ । ଅପରାହ୍ନ ସାଢେ ୫ଟାରେ ଏକାଠି ହେବେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ।

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ପରେ, କାଲି ବସିବ ବିଧାୟକ ଦଳ ବୈଠକ । ଆସନ୍ତାକାଲି ଅର୍ଥାତ ରବିବାର ଅପରାହ୍ନ ସାଢେ ୫ଟାରେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ ବୋଲି କଂଗ୍ରେସ ନେତା ରଣଦୀପ ସର୍ଯ୍ୟେୱାଲା ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ଦଳ…

ସରିଲା ନିର୍ବନ୍ଧ, ବିବାହ କରିବେ ରାଘବ ଏବଂ ପରିଣିତି । ଦେଖନ୍ତୁ, ନିର୍ବନ୍ଧ ବେଳର କିଛି ଫଟୋ…

କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେବେ ଆପ୍ ସାଂସଦ ରାଘବ ଚଢା ଏବଂ ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା । ଆଜି ପରିବାର ଓ ସାଙ୍ଗଙ୍କ ଗହଣରେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି । ରାଘବ ଚଢା ଏବଂ ପରିଣିତି ଚୋପ୍ରା ନିଜେ ଫଟୋ ସେୟାର କରି ବିଧିବଦ୍ଧ ଭାବେ ନିଜ ନିର୍ବନ୍ଧର ସୂଚନା ଦେଇଛନ୍ତି…

ଓଡିଶାରେ କାହିଁକି କଂଗ୍ରେସର ଏ ଦଶା? କାହିଁକି କମୁଛି ଭୋଟ ହାର? କାହିଁକି ଜିଣିପାରୁନି ଜନତାଙ୍କ ଆସ୍ଥା?

କନକ ବ୍ୟୁରୋ: ଗୋଟିଏ ପଟେ କର୍ଣ୍ଣାଟକରେ କଂଗ୍ରେସ ବିପୁଳ ବିଜୟ ଲାଭ କରିଥିବାବେଳେ ଝାରସୁଗୁଡା ଉପ ନିର୍ବାଚନରେ ଅମାନତ ହରାଇଛି । କେବଳ ଏହି ଉପ-ନିର୍ବାଚନ ନୁହେଁ ପୂର୍ବରୁ ମଧ୍ୟ ହୋଇଥିବା ପଦ୍ମପୁର ଓ ଧାମନଗର ଉପ-ନିର୍ବାଚନରେ ଦଳର ପ୍ରଦର୍ଶନ ଅତି ଖରାପ ଥିଲା । ଯାହା ରାଜ୍ୟ କଂଗ୍ରେସ ପାଇଁ…

ଏହି ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନିୟମ, ଏବେ କାର୍ଯ୍ୟାଳୟ ଭିତରେ ମଦ୍ୟପାନ କରିପାରିବେ କର୍ମଚାରୀ

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରୁ ମଦ ବ୍ୟାନ ବା ବନ୍ଦ କରିବା ପାଇଁ ବିଭିନ୍ନ ସଂଗଠନମାନେ ଦାବି କରୁଥିବା ବେଳେ ହରିଆଣା ସରକାର ନୂଆ ନିୟମ ପ୍ରଣୟନ କରି ସମସ୍ତଙ୍କୁ ନିରାଶ କରିଛନ୍ତି । ହରିଆଣାରେ ଖଟ୍ଟର ସରକାର ରାଜ୍ୟର ଅବକାରୀ ନୀତି ପରିବର୍ତ୍ତନ କରିଛନ୍ତି । ଏହି ନିୟମ ମୁତାବକ ଏବେ ଅଫିସ…

କି ସନ୍ଦେଶ ଦେଉଛି କର୍ଣ୍ଣାଟକ ରେଜଲ୍ଟ? ୨୦୨୪ ନିର୍ବାଚନରେ କ’ଣ ପଡିବ ପ୍ରଭାବ?

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପି ହାରିବା ପରେ ଏବେ ଚର୍ଚ୍ଚା ୨୦୨୪ ନିର୍ବାଚନ ଉପରେ ଏହାର ପ୍ରଭାବ କଣ ପଡିବ? କୁହାଯାଉଛି, ଏହି ପରାଜୟ ପରେ ବିଜେପିର ମିଶନ ସାଉଥ୍ ଉପରେ ଶକ୍ତ ଧକ୍କା ଲାଗିଛି । କଂଗ୍ରେସକୁ ନୂଆ ଜୋସ୍ ମିଳିଛି । ତେବେ ଏହାପରେ ବିରୋଧୀ ଏକଜୁଟ ୍ହେବା ସହ ଜାତୀୟ ରାଜନୀତିରେ…

କର୍ଣ୍ଣାଟକ ବିଜୟ ପରେ ଭାବବିହ୍ୱଳ ହେଲେ ଡି.କେ ଶିବକୁମାର । ଅଦିନିଆ ହୋଲି ପାଳିଲେ କଂଗ୍ରେସ କର୍ମୀ ।

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ, ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ. ଶିବକୁମାର ଭାବବିହ୍ୱଳ ହୋଇଛନ୍ତି । ଦିଲ୍ଳୀରୁ ବେଙ୍ଗାଲୁର ପର୍ଯ୍ୟନ୍ତ କଂଗ୍ରେସ ନେତା ଓ କର୍ମୀ ଅଦିନିଆ ହୋଲି, ପାଳନ କରିଛନ୍ତି । ତେବେ କର୍ଣ୍ଣାଟକରେ ଯେତେବେଳେ…