କାହାର ହେବ ଲାଞ୍ଜିଗଡ଼? ପୁଣି ବଦଳିବ କି ବାଜି? ଲାଞ୍ଜିଗଡ ଆସନରେ ଦେଖିବାକୁ ମିଳିବ କି ବିଗ୍ ଫାଇଟ୍?

136

କନକ ବ୍ୟୁରୋ: କାହାର ହେବ ଲାଞ୍ଜିଗଡ଼? ପୁଣି ବଦଳିବ କି ବାଜି? ଲାଞ୍ଜିଗଡ ଆସନରେ ଦେଖିବାକୁ ମିଳିବ କି ବିଗ୍ ଫାଇଟ୍? ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ଥରେ ବିଜୟ ମୁକୁଟ ପିନ୍ଧିଛି କଂଗ୍ରେସ ଓ ଦୁଇ ଦୁଇଥର ବିଜେଡି ।

ହେଲେ ଏଥର ତିନି ଦଳର ପ୍ରାର୍ଥୀ ଘୋଷଣାପରେ ବେଶ ସରଗରମ ହୋଇପଡିଛି ରାଜନୀତି, ମଇଦାନରେ ଜୋରଦାର ପ୍ରଚାର ପ୍ରଚାର ଆରମ୍ଭ ହୋଇଯାଇଛି । ଭୋଟ୍ ହାତେଇବାକୁ ଭୋଟରଙ୍କ ପାଖକୁ ସିଧାସଳଖ ଯାଇ ଭୋଟ୍ ଭିକ୍ଷା କରୁଛନ୍ତି ଆଶାୟୀ ପ୍ରାର୍ଥୀ । ସେପଟେ ପୁଣି ଥରେ ଚର୍ଚ୍ଚାକୁ ଆସିଛି କଂଗ୍ରେସ । ସେପଟେ ବିଭିନ୍ନ ମୁଦ୍ଦା ନେଇ ମଇଦାନରେ ତିନି ଦଳର କସରତ ଆରମ୍ଭ ହୋଇଯାଇଛି । ବିଜେଡି ହେଉ କି ବିଜେପି ସବୁ ରାଜନୈତିକ ଦଳର ପ୍ରାର୍ଥୀ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି ।

ଆଦିବାସୀ ବହୁଳ ଲାଞ୍ଜିଗଡ ହେଉଛି ଦୁର୍ଗମ ଅଞ୍ଚଳ । ଯେଉଁଠି ପୁରୁଷ ଭୋଟର ରହିଛନ୍ତି ୧ ଲକ୍ଷ ୪ ହଜାର ୭୭୦ ଜଣ । ମହିଳା ଭୋଟର ରହିଛନ୍ତି ୧ଲକ୍ଷ ୭ହଜାର ୮୯୬ ଜଣ । ତେବେ ଲାଞ୍ଜିଗଡ ଆସନ ହାତେଇବାକୁ ତିନିଦଳର ମଧ୍ୟ ଜୋରଦାର ରଣନୀତି ଆରମ୍ଭ ହୋଇଗଲାଣି । ତେବେ କିଏ ବାଜି ମାରିବ ଏନେଇ ପ୍ରସ୍ତୂୁତି ଜୋରଦାର ଚାଲିଥିବା ବେଳେ ଆରମ୍ଭ ହୋଇଛି ତ୍ରିମୁଖୀ ଲଢେଇା ସେପଟେ ଭୋଟର ମଧ୍ୟ ବେଶ ସଜାଗ ରହିଛନ୍ତି । ଚଳିତଥର ଭୋଟର ମାନେ ନିଜ ପସନ୍ଦର ନେତାଙ୍କୁ ବାଛିବେ । ଲାଞ୍ଜିଗଡରେ ତିନି ଦଳର ଲଢେଇ ଆରମ୍ଭ ହୋଇଥିବା ବେଳେ ବାଜି କିଏ ମାରି ମାରିବ ତା ଉପରେ ରହିଛି ସମସ୍ତଙ୍କ ନଜର ।