ଗାଳି ଦେଲେ ବାପା, ଘର ଛାଡ଼ି ଚାଲିଯାଇଛି ପୁଅ । ନିଖୋଜ ପୁଅର ଫଟୋ ଦେଖାଇ ରାଜଧାନୀରେ ଖୋଜି ବୁଲୁଛନ୍ତି ବାପା-ମା’

393

କନକ ବ୍ୟୁରୋ: ପରୀକ୍ଷାରେ କମ୍ ନମ୍ବର ରଖିବାରୁ ବାପା କଲେ ଗାଳି । ଘର ଛାଡି ଫେରାର ହୋଇଗଲା ୧୪ ବର୍ଷର ପୁଅ । ନୟାଗଡରୁ ଭୁବନେଶ୍ୱର ପୁଅ ଚାଲିଆସିଥିବା ଖବର ପାଇଲେ ଘର ଲୋକ । ବାସ୍ ସେବେଠାରୁ ଭୁବନେଶ୍ୱରରେ ପୁଅକୁ ଖୋଜୁଛନ୍ତି ବାପା ମା । ରାଜଧାନୀ ଭୁବନେଶ୍ୱରର ଗଳି କନ୍ଦିରେ ପୁଅକୁ ଖୋଜୁଛନ୍ତି ବାପା ମାଆ । ରାସ୍ତାରେ ଯାଉଥିବା ଲୋକଙ୍କୁ ପୁଅର ଫଟୋ ଦେଖାଛନ୍ତି ଆଉ ପଚାରୁଛନ୍ତି ଦେଖିଛନ୍ତି କି ମୋ ପୁଅକୁ ? ନୟାଗଡର ସିଲୁ ନାହାକ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ବାର୍ଷିକ ପରୀକ୍ଷାରେ କମ ନମ୍ବର ରଖିଥିବାରୁ ପୁଅକୁ ଗାଳି କରିଥିଲେ ବାପା । ବାସ ଏହାର ୩-୪ ଦିନ ପରେ ଘରୁ ପଳାଇଆସିଛି ପୁଅ । ନୟାଗଡ ସମେତ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ପୁଅ ନିଖୋଜ ନେଇ ଏତଲା ଦେଇଛନ୍ତି ବାପା ମା । ପୁଅର ସନ୍ଧାନ ପାଇଲେ ଖବର ଦେବାକୁ ନେହୁରା ହୋଇଛନ୍ତି ବାପା ମା ।