ବଢ଼ୁଛି ବାଉଁଶ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ଚାଉଳର ଚାହିଦା: ବାଉଁଶ ଚାଉଳରୁ ପ୍ରସ୍ତୁତ ହେଉଛି ଭାତ, ରୁଟି, କ୍ଷୀରି ଓ ଚକୁଳି

1,541

କନକ ବ୍ୟୁରୋ: ଚାଉଳ, ତା ପୁଣି ବାଉଁଶ ମଂଜିର ଚାଉଳ । ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଘର ଅଗଣାରେ ବସି ମହିଳା ଜଣକ ବାଉଁଶ ଚାଉଳ ସଫା କରୁଛନ୍ତି । ବଜାରରେ ବାଉଁଶ ଚାଉଳର ବେଶ ଚାହିଦା ରହିଛି । ତେଣୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ, ମାଳଗାଁର ଲୋକେ ଏବେ ବାଉଁଶ ଚାଉଳ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।

କ’ଣ ଏହି ବାଉଁଶ ଚାଉଳ?
ମହାବାତ୍ୟା ସମୟରେ ଖାଦ୍ୟ ଅଭାବ ଉକ୍ରଟ ହୋଇଥିଲା
ଲୋକେ ବାଉଁଶ ମଞ୍ଜିରୁ ଚାଉଳ ବାହାର କରି ଖାଉଥିଲେ
ବଳକା ବାଉଁଶ ଚାଉଳକୁ ବିକ୍ରି କରି ଚଳୁଥିଲେ

ଦୁର୍ଭିକ୍ଷ ପରେ ମହାବାତ୍ୟା ସମୟରେ ଖାଦ୍ୟ ଅଭାବରୁ ଲୋକେ ବାଉଁଶ ମଂଜି ସଂଗ୍ରହ କରି ସେଥିରୁ ଚାଉଳ ବାହାର କରି, ଭାତ, ପଖାଳ କରି ପେଟର ଜ୍ୱାଳାକୁ ଶାନ୍ତ କରୁଥିଲେ । ଏବେ ୨୩ ବର୍ଷ ପରେ ଚାଉଳର ଅଭାବ ନାହିଁ, କିନ୍ତୁ ବାଉଁଶ ଚାଉଳର ଚାହିଦା କମିନାହିଁ ।

ବାଲେଶ୍ୱର ଜିଲ୍ଲା ମାଳଗାଁରୁ ଲୋକେ ବାଉଁଶ ଚାଉଳ କିଣି ନେଉଛନ୍ତି । ବାଉଁଶ ଚାଉଳରୁ ପ୍ରସ୍ତୁତ ଭାତ, କ୍ଷୀରି, ପିଠା, ଚକୁଳି ବେଶ ସ୍ୱାଦିଷ୍ଟ ଓ ଅଳ୍ପରେ ପେଟ ପୁରିଯାଏ ବୋଲି ଲୋକ କହୁଛନ୍ତି । ହେଲେ ଏହି ବାଉଁଶ ଚାଉଳ ପାଇଁ ଜଙ୍ଗଲରୁ ବାଉଁଶ ମଂଜି ସଂଗ୍ରହ କରିବା ସହଜ ନୁହେଁ ।

ମାଳଗାଁରୁ ବାଉଁଶ ମଞ୍ଜିି ସଂଗ୍ରହ ପାଇଁ ୧୦ କିମି ଦୂର ଜଙ୍ଗକୁ ଯିବାକୁ ପଡୁଛି
କେବଳ କଂଟା ବାଉଁଶର ମଞ୍ଜିକୁ ଚାଉଳ ପାଇଁ ସଂଗ୍ରହ କରାଯାଏ
୬ ଜଣ ବ୍ୟକ୍ତି ୮ ଘଂଟା ପରିଶ୍ରମ କଲେ ୩୦ କିଲୋ ବାଉଁଶ ମଂଜି ସଂଗ୍ରହ କରିପାରିବେ
ମଂଜିକୁ ପରିସ୍କାର କରି ଚାଉଳ ବାହାର କରିବାକୁ ଏକ ସପ୍ତାହ ଲାଗିଥାଏ
୩୦ କେଜି ବାଉଁଶ ମଞ୍ଜିରୁ ୨୬ରୁ ୨୭ କେଜି ଚାଉଳ ବାହାରେ

ବାଉଁଶ ଚାଉଳର ଔଷଧୀୟ ଗୁଣ ରହିଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଅନ୍ୟପଟେ ବାଉଁଶ ଚାଉଳର ଚାହିଦା ବଢୁଥିବାରୁ ଏହାକୁ ସ୍ୱତନ୍ତ୍ର ମାନ୍ୟତା ଦେବା ସହ ପାରମ୍ପରିକ ଖାଦ୍ୟରେ ସାମିଲ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।