ଆନ୍ଦୋଳନ ସ୍ଥଗିତ ରଖିଲା ସମ୍ବଲପୁର ଡ୍ରାଇଭର ସଂଘ। ଲିଖିତ ଚୁକ୍ତିପତ୍ର ଦେବା ପରେ ଥାନାରୁ ବାହାରିଲେ ୧୦୦ରୁ ଅଧିକ ଡ୍ରାଇଭର।

109

କନକ ବ୍ୟୁରୋ: ଆନ୍ଦୋଳନ ସ୍ଥଗିତ ରଖିଲା ସମ୍ବଲପୁର ଡ୍ରାଇଭର ସଂଘ । ଲିଖିତ ଚୁକ୍ତିପତ୍ର ଦେବା ପରେ ଥାନାରୁ ବାହାରିଲେ ୧୦୦ରୁ ଅଧିକ ଡ୍ରାଇଭର । ଡ୍ରାଇଭର ମହାସଂଘ ସମ୍ବଲପୁର ଶାଖାର ସଭାପତିରୁ ନେଇ ଉପସଭାପତି ତଥା ଅନ୍ୟ ସଭ୍ୟମାନେ ଏକ ଚୁକ୍ତିନାମା ସ୍ୱଇଚ୍ଛାରେ ଦେଇଛନ୍ତି । ସମ୍ବଲପୁରରେ ଜାରି ରହିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଥିବା ସେମାନେ ଚୁକ୍ତିନାମାରେ ଦର୍ଶାଇଛନ୍ତି । ଥାନାରୁ ଯିବା ପରେ ଆଉ ଆନ୍ଦୋଳନ କରିବେ ନାହିଁ ବୋଲି ସେମାନେ ଜଣାଇଛନ୍ତି ।

ଏହି ଚୁକ୍ତିନାମା ପରେ ୧୦୦ରୁ ଅଧିକ ଡ୍ରାଇଭରଙ୍କୁ ଥାନାରୁ ଛାଡି ଦିଆଯାଇଛି । ଆଜି ଆନ୍ଦୋଳନ ବେଳେ ସମ୍ବଲପୁରରେ ପୁଲିସ ଓ ଡ୍ରାଇଭର ମୁହାଁମୁହିଁ ହୋଇଥିଲେ । ଜୟନ୍ତ ଛକରେ ଡ୍ରାଇଭରମାନେ ଆନ୍ଦୋଳନରେ ବସିଥିବା ବେଳେ ବହୁ ଡ୍ରାଇଭରଙ୍କୁ ପୁଲିସ ଉଠାଇ ନେଇଥିଲା ।