ସିରାଜ-ସାମିଙ୍କ ଘାତକ ବୋଲିଂ: ଅଷ୍ଟ୍ରେଲିଆ ୧୮୮ରେ ଅଲଆଉଟ, ଟିମ ଇଣ୍ଡିଆ ଆଗରେ ୧୮୯ ଟାର୍ଗେଟ

150

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆର ଧୂଆଁଧାର ବୋଲିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଅଷ୍ଟ୍ରେଲିଆ ମାତ୍ର ୧୮୮ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଭାରତ ଆଗରେ ଏବେ ୧୮୯ ରନର ଟାର୍ଗେଟ ରହିଛି । ଏବେ ଭାରତକୁ ଜିତିବାକୁ ହେଲେ ଏହି ବିଜୟ ଲକ୍ଷ୍ୟ ପୂରା କରିବାକୁ ହେବ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଦଳ ୧୦୦ ରନ କରିବା ଯାଏଁ ଭଲ ସ୍ଥିତିରେ ରହିଥିଲା । କାରଣ ମିଚେଲ ମାର୍ଶ ଭଲ ପ୍ରଦର୍ଶନ କରି ଚାଲିଥିଲେ । ହେଲେ ସେ ଆଉଟ ହେବା ପରେ ଆଉ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଶ ୮୧, ଜୋଶ ଇଂଲିସ ୨୬, ଷ୍ଟିଭେନ ସ୍ମିଥ ୨୨ ରନ କରିଥିଲେ । ଫଳରେ ଦଳ ୩୫ ଓଭର ୪ଟି ବଲ ଖେଳି ୧୮୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ସାମି ଓ ସିରାଜ ୩ଟି ଲେଖାଏଁ ୱିକେଟ ନେଇଥିଲେ, ସେହିପରି ଜାଡେଜା ୨ଟି, କୁଲଦୀପ ଓ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।