ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ୬ଜଣିଆ ଟିମ୍ ବୁଲି ଦେଖିଲେ ଲୋକେସନ୍ ।

2,302

କନକ ବ୍ୟୁରୋ : ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ । ନିକଟରେ ଫିଲ୍ମ ପୁଷ୍ପା-୨ର ଏକ ୬ଜଣିଆ ସଦସ୍ୟ ବିଶିଷ୍ଟ ଟିମ ମାଲାକାନଗିରିର ହନ୍ତାଳଗୁଡା, ସାର୍କୁବନ୍ଧ ଝୋଲାପୋଲରେ ପହଞ୍ଚି ଲୋକେସନ ସ୍ଥିର କରିଥିବା ଜଣାପଡିଛି । ଏପ୍ରିଲ ୭ ଓ ୮ ତାରିଖରେ ଟିମ୍ ବିଭିନ୍ନ ଅଞ୍ଚଳରେ ପହଞ୍ଚି ସୁଟିଂ ପାଇଁ ଆବଶକୀୟ ଲୋକେସନ ବୁଲି ଦେଖିଥିଲେ । ତେବେ ପୁଷ୍ପା ଟିମ୍ ମାଲାକାନଗିରି ପୁଲିସକୁ ଟିମ ଏକ ସ୍ୱତନ୍ତ୍ର ଅନୁରୋଧ କରିଥିବା ଜଣାପଡିଛି । ଫିଲ୍ମର କିଛି ଭାଗର ସୁଟିଂ ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର ପାଇଁ ଅନୁମତି ଲୋଡିଛି ଟିମ୍ । ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରି ସୁଟିଂ ପାଇଁ ଅନୁମତି ମାଗିଛନ୍ତି । ତେବେ ପୁଲିସ ଓ ପ୍ରଶାସନ ପକ୍ଷରୁ ଫିଲ୍ମ ପୁଷ୍ପା-୨ର ସୁଟିଂ ପାଇଁ ଅନମୁତି ମିଳିଥିବା ଜଣାପଡିଛି । ଅନୁମତି ମିଳିବା ପରେ ମେ ୧ ତାରିଖରୁ ସୁଟିଂ କରାଯିବ ବୋଲି ସୂଚନା ରହିଛି । ପୂର୍ବରୁ ୨୦୨୧ ମସିହାରେ ପୁଷ୍ପା ସୁଟିଂ ମଧ୍ୟ ଏଠାରେ ହୋଇଥିଲା । ଏହି ସମୟରେ ଫିଲ୍ମର ଲିଡ ଷ୍ଟାର ଅଲ୍ଲୁ ଅର୍ଜୁନ ମାଲାକାନଗିରିରେ ପହଞ୍ଚି ସୁଟିଂ କରିଥିଲେ ।