ଦେଓଘର ଏୟାରପୋର୍ଟରେ ସୁରକ୍ଷା ତ୍ରୁଟିକୁ ନେଇ ବଡ଼ ବିବାଦ । ୭ ବିଜେପି ସାଂସଦଙ୍କ ନାଁରେ ମାମଲା ରୁଜୁ

110

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତି ଅସ୍ଥିରତା ଭିତରେ ଏବେ ବିଜେପି ନେତାଙ୍କ ଦାଦାଗିରୀ ଘଟଣା ପୁଣି ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଜୋର ଜବରଦସ୍ତି ବିମାନ ଉଡାଣ କରିବା ପାଇଁ ବିଜେପି ନେତା ଯେଉଁ ଭଳି ଢଙ୍ଗରେ ବିମାନବନ୍ଦର ଏଟିସି ରୁମରେ ଅନୁପ୍ରବେଶ କରିଛନ୍ତି । ବିମାନବନ୍ଦର ଅଧିକାରୀଙ୍କ ଉଡାଣ ଭରିବା ପାଇଁ ବାଧ୍ୟ କରିଛନ୍ତି ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି ।

ଝାଡଖଣ୍ଡ ଦେଓଘର ବିମାନବନ୍ଦରରେ ସଂଧ୍ୟା ପରେ ଅବତରଣ ଓ ଉଡାଣ ଉପରେ କଟକଣା ରହିଛି । କାରଣ ଏଠାରେ ଆବଶ୍ୟକ ବ୍ୟବସ୍ଥା ନାହିଁ । ୩୧ ଅଗଷ୍ଟ ସଂଧ୍ୟାରେ ଦୁଇଜଣ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ମନୋଜ ତିୱାରି ବିମାନବନ୍ଦର ଅଧୀକାରୀଙ୍କୁ ଉଡାଣ ଭରିବା ପାଇଁ ବାଧ୍ୟ କରିଥିଲେ । ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପରେ ସାଂସଦଙ୍କ ସହ ମୋଟ ୯ଜଣ ବିଜେପି ନେତାଙ୍କ ଉପରେ ମାମଲା ରୁଜୁ କରିଛି ଦେଓଘର ପୁଲିସ ।

ଅନ୍ୟପଟେ ବିଜେପି କହିଛି ନାବାଳିକା ଅଙ୍କିତା ମୃତ୍ୟୁ ମାମଲାକୁ ନେଇ ସୋରେନ ସରକାର ଭୟଭୀତ ହୋଇପଡିଛି । ତେଣୁ ଏଭଳି ଅଭିଯୋଗ ଆଣି ବିଜେପି ନେତାଙ୍କ ଗସ୍ତ ପାଇଁ ବାଟ ଓଗାଳୁଛି । ଘଟଣାକୁ ନେଇ ସୋରେନ ସରକାରଙ୍କ ଉପରେ ପାଲଟା ଅଭିଯୋଗ ଆଣିଛି ବିଜେପି

– ଦେଓଘର ବିମାନବନ୍ଦର ସୁରକ୍ଷାରେ ତ୍ରୁଟିକୁ ନେଇ ବଡ ବିବାଦ
– ଗୋଣ୍ଡା ସାଂସଦ ନିଶିକାନ୍ତ ଦୁବେ ସମେତ ୯ ଜଣଙ୍କ ନାଁରେ ମାମଲା
– ସାଂସଦ ମନୋଜ ତିୱାରୀ, କପିଲ ମିଶ୍ରାଙ୍କ ନାଁରେ ଏତଲା
– ଝାଡଖଣ୍ଡର ଦୁମକା ପୀଡିତାଙ୍କୁ ଭେଟିବାକୁ ଯାଇଥିଲେ ବିଜେପି ସାଂସଦ
– ଅଗଷ୍ଟ ୩୧ରେ ସ୍ୱତନ୍ତ୍ର ବିମାନରେ ଝାଡଖଣ୍ଡ ଯାଇଥିଲେ ବିଜେପି ନେତା
– ଫେରିବା ବେଳେ ସନ୍ଧ୍ୟା ହେବାରୁ ବିମାନ ଉଡାଣକୁ ଅନୁମତି ମିଳିନଥିଲା
– ଦେଓଘର ଏୟାରପୋର୍ଟରେ ସନ୍ଧ୍ୟା ପରେ ବିମାନ ଉଡାଣ ଉପରେ କଟକଣା ଅଛି
– ଦେଓଘର ଏୟାରପୋର୍ଟର ଏଟିଏସରେ ବିଜେପି ନେତା ବଳପୂର୍ବକ ପଶିଥିବା ଅଭିଯୋଗ
– ବିମାନ ଉଡାଣ ପାଇଁ ରାଜନୈତିକ ଚାପ ପକାଇଥିବା ଅଭିଯୋଗ
– ନିୟମ ଭାଙ୍ଗିଥିବା ନେଇ ବିଜେପି ସାଂସଦଙ୍କ ସହ ୯ ଜଣଙ୍କ ନାଁରେ ମାମଲା
– ଦିଲ୍ଲୀ ପହଂଚିବା ପରେ ପାଲଟା ମାମଲା ରୁଜୁ କରିଛନ୍ତି ନିଶିକାନ୍ତ ଦୁବେ
– ଦେଓଘର ଜିଲ୍ଲାପାଳ, ଝାଡଖଣ୍ଡ ପୁଲିସ ନାଁରେ ପାଲଟା ମାମଲା ରୁଜୁ କରିଛନ୍ତି
– ଦେଓଘର ପ୍ରଶାସନ ବିରୋଧରେ ଦିଲ୍ଲୀ ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରିଥିବା ସୂଚନା
– ବିବାଦ ଭିତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦ୍ୟତ ସିନ୍ଧିଆଙ୍କ ପ୍ରତିକ୍ରିୟା
– ଦେଓଘର ବିବାଦର ଯାଂଚ ପରେ ପ୍ରକୃତ ସତ ପଦାକୁ ଆସିବ : ଜ୍ୟୋତିରାଦିତ୍ୟ