ସୁଦାନ ହିଂସାକୁ ପୁରିଲା ବର୍ଷେ । ଭୋକ, ରୋଗ ଓ ବିସ୍ଥାପନ ଜୀବନ ଜିଉଁଛନ୍ତି ସୁଦାନ ନାଗରିକ । କେବେ ବଦଳିବ ଚତ୍ର, କିଏ ହେବ ସାହା

113

କନକ ବ୍ୟୁରୋ : ସୁଦାନରେ ଚାଲିିଥିବା ଗୃହ ଯୁ୍ଦ୍ଧକୁ ବର୍ଷେ ପୁରିଛି । ଗୋଟିଏ ଦେଶରେ ବର୍ଷ ତମାମ ଯୁଦ୍ଧ ଚାଲିଲେ ଦେଶର ଅବସ୍ଥା କଣ ହେଉଥିବ ସେ କଥା ଭୁକ୍ତଭୋଗୀ ହିଁ ଜାଣିବ । ଯୁଦ୍ଧ ପ୍ରଭାବରେ ଦେଶରେ ବେରୋଜଗାର. ଅନାହାର, ତଥା ମାହାମାରୀ ଭଳି ବିଭିନ୍ନ ସଂକଟ ଦେଖିବାକୁ ମିଳୁଛି । ଦେଶର ଉଭୟ ରାଜନୈତିକ ଓ ଅର୍ଥନୈତିକ ଅବସ୍ଥା ଦୋହଲି ଯାଇଛି ।

ସୁଦାନରେ ସୁଦାନୀ ସଶସ୍ତ୍ର ବଳ ପ୍ରମୁଖ ଅବଦେଲ-ଫତେହ-ଅଲ-ବୁରହାନ ଏବଂ ପୁର୍ବତନ ଡେପୁଟି ମହମ୍ମଦ-ହମଦାନ-ଡାଗଲୋଙ୍କର ରାପିଡ୍ ଫୋର୍ସସ୍ କମାଣ୍ଡର ମଧ୍ୟରେ ଆସନକୁ ନେଇ ଯୁଦ୍ଧ ଆରମ୍ଭ୍ ହୋଇଥିଲା । ଏବେ ଯାହାର କୁପରିଣାମ ପୁରା ଦେଶ ଭୋଗୁଛି ।

ଦେଶର ଜନ ସଂଖ୍ୟା ମାତ୍ର ୪୬ ଲକ୍ଷ । ତାହା ମଧ୍ୟରୁ ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ଜରୁରୀ କାଳିନ ସହାୟତାର ଆବଶ୍ୟକତା ରହିଛି । ରିପୋର୍ଟ ଅନୁଯାୟୀ ବର୍ଷେ ଧରି ଚାଲିଥିବା ସଂଘର୍ଷର୍ରେ ପ୍ରାୟ ୧୪,୬୦୦ ଜୀବନ ହାନି ହୋଇଥିବା ବେଳେ ୧୦.୭ ଲକ୍ଷ ଲୋକଙ୍କୁ ବେଘର ହେବାକୁ ପଡିଛି । କଲେରା ହଇଜା ଭଳି ରୋଗ ଦେଶକୁ ଗ୍ରାସ କରି ରଖିଛି ସେପଟେ ହିଂସା କାରଣରୁ ଦେଶର ୮୦ ପ୍ରତିଶତ ଡାକ୍ତରଖାନା ବନ୍ଦ ହୋଇଯାଇଥିଲା ।

ଅନ୍ତର୍ଜାତିକ ସଂଗଠନର ରିପୋର୍ଟ ଅନୁସାରେ ଯୁଦ୍ଧ କାରଣରୁ ୧୮ ମିଲିୟନରୁ ଅଧିକ ଲୋକ ଅନାହାରର ଶିକାର ହୋଇଛନ୍ତି । ୫ ବର୍ଷରୁ କମ୍ ଶିଶୁ ମାନଙ୍କ ମଧ୍ୟରୁ ପ୍ରତି ୭ ଜଣରେ ଗୋଟିଏ ଶିଶୁ ଘୋର କୁପୋଷଣର ଶିକାର ହେଉଛି ।

ଯୁଦ୍ଧ କାରଣରୁ ସ୍ୱାସ୍ଥ୍ୟ, ଶିକ୍ଷା, ଗୃହ ଓ ଖାଦ୍ୟ ଭଳି ଜରୁରୀ ଆବଶ୍ୟକତାରୁ ମଧ୍ୟ ଲୋକ ମାନେ ବଂଚିତ ହେଉଛନ୍ତି । କ୍ଷମତା ପାଇଁ ଚାଲିଥିବା ଏହିି ଭୟଙ୍କର ଯୁଦ୍ଧ ଶିଶୁ ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି । ବର୍ତ୍ତମାନ ପୃଥିବୀର ବିଭିନ୍ନ ଜାଗାରେ ଯୁଦ୍ଧର ବିଭିଷୀକା ଦେଖିବାକୁ ମିଳୁଛି – ରୂଷିଆ ୟକ୍ରେନ , ଇସ୍ରାଏଲ ହମାସ ଓ ବେବେ ଇରା୍ନ ଏବଂ ଇସ୍ରାଏଲ । ଯୁଦ୍ଧ ଦୁଇ ଶକ୍ତିି ମଧ୍ୟରେ ହଉଛି କିନ୍ତୁ ଫଳ ଭୋଗୁଛନ୍ତି ସାଧାରଣ ନିରୀହ ଆଶ୍ରା ଓ ଆଶା ବିହୀନ ଜନତା ।