ଭୁବନେଶ୍ୱରରୁ ଦିଲ୍ଲୀ ପୋଲିସ କନଷ୍ଟେବଳ ଗିରଫ ମାମଲା । ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ସଜ୍ଜନ ସିଂ ଯାଦବ ମଧ୍ୟ ଗିରଫ ।

74

କନକ ବ୍ୟୁରୋ: ଲାଞ୍ଚ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପୋଲିସ କନଷ୍ଟେବଳ ଗିରଫ ମାମଲା । ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ସଜ୍ଜନ ସିଂ ଯାଦବ ମଧ୍ୟ ଗିରଫ । ଇନ୍ସପେକ୍ଟର ସଜ୍ଜନ ସିଂ ଯାଦବଙ୍କୁ ଗିରଫ କରିଛି ସିବିଆଇ । ତେବେ ସଜ୍ଜନ ସିଂ ଯାଦବଙ୍କ ଘରେ ରେଡ୍ ପରେ ତାଙ୍କୁ ସିବିଆଇ ଗିରଫ କରିଛି ।  ଏହା ପୂର୍ବରୁ ଭୁବନେଶ୍ୱରରୁ କନଷ୍ଟେବଳ ଅମିତ ଲାହୁଚାଙ୍କୁ ବାନ୍ଧିଥିଲା ସିବିଆଇ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଉଭୟଙ୍କୁ ଗିରଫ କରାଯାଇଛି । ତେବେ ଏକ ମାମଲାର ସାକ୍ଷୀ ତାଲିକାରୁ ନାଁ ହଟେଇବାକୁ ସେମାନେ ଲାଞ୍ଚ ନେଉଥିଲେ । ସମ୍ପୃକ୍ତ ଇନ୍ସପେକ୍ଟର ନିର୍ଦ୍ଦେଶରେ କନଷ୍ଟେବଳ ଆସିଥିଲେ ବୋଲି ଜଣାପଡିବା ପରେ ଏବେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି ।