ସ୍ତ୍ରୀ ଓ ଶାଳିକୁ ହତ୍ୟା କଲା ନୃଂଶସ ସ୍ୱାମୀ । ୩ ଦିନ ଘରେ ଲୁଚାଇ ରଖିଲା, ପୋଲିସକୁ କହିଲା କାହିଁକି କରିଥିଲା ହତ୍ୟା?

328

କନକ ବ୍ୟୁରୋ : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରେ ଘଟିଥିବା ଡବଲ ମର୍ଡର ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ଆଉ ଯାହା ସାମନାକୁ ଆସିଛି ତାହା ସ୍ତବ୍ଧ କରିଦେବା ଭଳି । ସ୍ତ୍ରୀ ଓ ତାଙ୍କ ଭଉଣୀଙ୍କୁ ନିଜେ ସ୍ୱାମୀ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଶବକୁ ତିନି ଦିନ ପର୍ଯ୍ୟନ୍ତ ଘର ଭିତରେ ଲୁଚାଇ ରଖିଥିଲେ ।

ଡବଲ ମର୍ଡରକୁ ନେଇ ଚନ୍ଦ୍ରଶେଖରପୁରରେ ଖେଳିଗଲା ଚାଞ୍ଚଲ୍ୟ । ସ୍ୱାମୀ ଜଣକ ସ୍ତ୍ରୀକୁ ଅତି ନୃଂଶସ ଭାବେ ହତ୍ୟା କରିଥିବାବେଳେ ଶାଳିକୁ ବି ଛାଡିନି । ଗୋଟିଏ ଘର ଭିତରେ ଦୁଇଜଣଙ୍କୁ ହତ୍ୟା କରି ୩ ଦିନ ଧରି ଘର ଭିତରେ ଲୁଚାଇ ରଖିଥିଲା । ହତ୍ୟାକାଣ୍ଡର ପ୍ଲଟ ଏଭଳି ତିଆରି କରାଯାଇଥିଲା ଯାହାର ଆଭାସ ଆଖପାଖ ଓ ସାହିପଡିଶା ବି ପାଇପାରିନଥିଲେ । ପୁଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିବାରୁ ବନ୍ଦ ଘର ଭିତରୁ ଦୁଇଟି ଶବ ଜବତ କରାଯାଇଥିଲା । ମୃତଦେହ ପଦାକୁ ଆସିବା ପରେ ଚତୁପାଶ୍ୱର୍ ଦୁର୍ଗନ୍ଧରେ ଫାଟି ପଡୁଥିଲା ।

ବିଜୟ ସେଠୀ, ଇଏ ହେଉଛି ସେହି ନୃଂଶସ । ଯିଏ ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀ ଗାୟତ୍ରୀ ଓ ଶାଳି ସରସ୍ୱତୀଙ୍କ ମୁଣ୍ଡକୁ ହାଣି ହତ୍ୟା କରିଥିବା ପୁଲିସ ଆଗରେ ମାନିଛି । ବିଜୟଙ୍କ ସହ ଘରେ ରହୁଥିଲେ ସ୍ତ୍ରୀ ଗାୟତ୍ରୀ ଓ ଏକ ଘରୋଇ ହସପିଟାଲରେ ନର୍ସ ଭାବେ କାମ କରୁଥିବା ଶାଳି ସରସ୍ୱତୀ । ଅନ୍ୟପଟେ ଧୈ÷ର୍ଯ୍ୟହରା ମାଆଙ୍କ ବୟାନ ପୁଲିସ ତଦନ୍ତର ଏକ ବଡ ସୁରାକ ଥିଲା । ତିନି ଦିନ ଧରି ଦୁଇ ଝିଅଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ପରିବାର ଲୋକେ ଅଭିଯୁକ୍ତ ବିଜୟକୁ ଫୋନ୍ କରିଥିଲେ । ଆଉ ସେତିକି ବେଳେ ମୃତଦେହକୁ ନଷ୍ଟ କରିବା କଥା ବିଜୟ ମୁଣ୍ଡକୁ ଜୁଟିଥିଲା । ଆଉ ରବିବାର ସକାଳେ ସେହି ଉଦ୍ଦେଶ୍ୟରେ ବିଜୟ ଏକ ସ୍କୁଟିରେ ଚମ୍ପଟ ମାରୁଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କରିଥିଲେ ପରିବାର ଲୋକେ ।

ହତ୍ୟା ପରେ ଶବକୁ ଖାଇବାକୁ ଦେଉଥିଲା ଅଭିଯୁକ୍ତ! ଶବ ସହ କଥା ହେଉଥିଲା ଅଭିଯୁକ୍ତ! ଅନ୍ୟପଟେ ସ୍ତ୍ରୀ ଓ ଶାଳି ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି । ଶାଳିକୁ ହତ୍ୟା କରିବା ପରେ ଘଟଣାସ୍ଥଳରେ ଏଭଳି ଚିଠି ଲେଖିଛି ହତ୍ୟାକାରୀ ସ୍ୱାମୀ । ଏଥିରେ ସେ ଲେଖିଛି, ବାହାଘରର ବହୁଦିନ ପରେ ସନ୍ତାନ ହେଉନଥିବାରୁ ଉଭୟ ମିଶି ଗାଳିଗୁଲଜ କରିବା ସହ ମାନସିକ ନିର୍ଯାତନା ଦେଉଥିଲେ । ଯେଉଁଥିପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଥିଲି ।