ଆଠଗଡ଼ରେ ବିଜେଡିର ଜୋରଦାର ପ୍ରଚାର । ଧବଳେଶ୍ୱର ଓ ସର୍ବେଶ୍ୱରଙ୍କ ଦର୍ଶନ ପରେ ନିର୍ବାଚନୀ ସଭାରେ ମୁଣ୍ଡିଆ ମାରି ଭୋଟ ମାଗିଲେ ସଂନ୍ତୃପ୍ତ ମିଶ୍ର ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

67

କନକ ବ୍ୟୁରୋ: ଆଠଗଡ଼ରେ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର । ବିଜେଡିର କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ସାଙ୍ଗରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଉଭୟ ପ୍ରଭୁ ଧବଳେଶ୍ୱର ଦର୍ଶନ କରିବା ପରେ ସେଠାରୁ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା । ଏହା ତିନି ନମ୍ବର ଜୋନର ବିଭିନ୍ନ ଗ୍ରାମ ବୁଲିବା ସହ ଆଠଗଡ଼ ମିନି ଷ୍ଟାଡିୟମରେ ପହଞ୍ଚିଥିଲା । ସେଠାରେ ସାଧାରଣ ସଭାର ଆୟୋଜନ ହୋଇଥିଲା ।