ଶ୍ରୀରାମ ନବମୀ ପାଇଁ ସବୁଠି ଉତ୍ସାହ , ଅଯୋଧ୍ୟାରେ ସରଯୁ ନଦୀ କୂଳରେ କରାଯାଇଛି ପ୍ରଭୁଙ୍କ ଦିବ୍ୟ ଆଳତୀ ।

62

କନକ ବ୍ୟୁରୋ: ଆଜି ଶ୍ରୀରାମ ନବମୀ । ସଜେଇ ହୋଇଛି ଅଯୋଧ୍ୟା ନଗରୀ । ସବୁଠି ରାମମୟ ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି ।ଭୋର ସମୟରେ ସରଯୁ ନଦୀ ଘାଟରେ ସ୍ୱତନ୍ତ୍ର ଆଳତୀ ଦେଖିବାକୁ ମିଳିଛି । ବ୍ରାହ୍ମ ମୂହୂର୍ତ୍ତ ସମୟରେ ଏହି ଆରତି ଆରମ୍ଭ ହୋଇଥିବାବେଳେ ଚାରିଆଡେ ମନ୍ତ୍ର ଧ୍ୱନିର ସ୍ୱର ଆହୁରି ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା ।

ଚାରିଆଡେ ଭକ୍ତିମୟ ପରିବେଶ ହୋଇଥିବା ବେଳେ ସରଜୁ ନଦୀ ଘାଟରେ ଆରତି ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏଥିପାଇଁ ରାତିରୁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ସାର ଦେଶରୁ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଂଚିବେ ବୋଲି ଆକଳନ କରାଯାଉଛି ।

ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ୯୦ ବିମାନ, ୧୦୦ଟି ଟ୍ରେନ୍ର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ବ୍ୟାପକ ଆୟୋଜନ କରାଯାଇଛି । ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷାରେ ମୁତୟନ ହୋଇଛନ୍ତି ୨ ହଜାର ପୋଲିସ କର୍ମୀ ।

ରାମନବମୀରେ ଅଯୋଧ୍ୟର ରାମଲାଲାଙ୍କ ମନ୍ଦିରରେ ଏଥର ଖାସ ହେବାକୁ ଯାଉଛି । ରାମଙ୍କ ନଗରୀରେ ସୂର୍ଯ୍ୟତିଳକ ବେଳେ ଦେଖିବାକୁ ମିଳିବ ଅଭୁତ ଦୃଶ୍ୟ । ରାମଲାଲାଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟଙ୍କ କିରଣ । ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାମଲଲା । ରାମଲାଲାଙ୍କୁ କ୍ଷୀରରେ ଅଭିଷେକ ପରେ ସୁନା ଅଳଙ୍କାରରେ ଆଭୁଷତି କରାଯାଇଛି ।