କାହିଁକି ବଢୁଛି ବାରିପଦାର ତାତି । ୨ ବର୍ଷ ହେବ ଏପ୍ରିଲମାସରେ ୪୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା, କ’ଣ ରହିଛି କାରଣ

223

କନକ ବ୍ୟୁରୋ : ଅଗ୍ନି କୁଣ୍ଡରେ ସିଝୁଛି ବାରିପଦା ସହର । ବର୍ଷକୁ ବର୍ଷ ରେକର୍ଡ ପରେ ରେକର୍ଡ କରୁଛି ସହରର ତାପମାତ୍ରା । ଏକଦା ଶୀତଳ ସହର ଭାବେ ପରିଚିତ ବନ ପାହାଡ଼ ଘେରା ବାରିପଦା ସହର ଗତ ଦୁଇ ବର୍ଷ ହେଲା କେତେବେଳେ ବିଶ୍ୱର ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି ତ’ ପୁଣି କେତେବେଳେ ରାଜ୍ୟର ଉତ୍ତପ୍ତ ସହର । ସହରର ତାପମାତ୍ରା ବୃଦ୍ଧି ଏବେ ବାରିପଦାବାସୀଙ୍କ ଚିନ୍ତାର କାରଣ ପାଲଟିଛି । ଶିମିଳିପାଳ ଜୈବମଣ୍ଡଳର ଖୁବ୍ ନିକଟରେ ଥିବା ବାରିପଦା ସହରରେ ଏମିତି ଅଗ୍ନି ବର୍ଷା ହେବା ସାଧାରଣ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଏହାକୁ ନେଇ ବିଶେଷଜ୍ଞ ଓ ପରିବେଶବିତ୍ ଉଦ୍ବେଗ ପ୍ରକାଶ ପାଇଛି । କଂକ୍ରିଟ୍ ଦୁନିଆ, ଅବାଧ ଗଛକଟା ଏବଂ ସୌନ୍ଦର୍ଯ୍ୟ କରଣ ନାଁରେ ସହର ମଧ୍ୟରେ ଥିବା ଜଳାଶୟଗୁଡିକୁ ନଷ୍ଟ କରିଦେବା ଘଟଣା ହିଁ ତାପମାତ୍ରା ବୃଦ୍ଧିର କାରଣ ବୋଲି ପରିବେଶ୍ୱିତ ଓ ଗବେଷକ ମତ ପ୍ରକାଶ କରିଛନ୍ତି ।