ନିର୍ବାଚନ ଭିତରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ଦ୍ୱିତୀୟଥର ପାଇଁ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

115

କନକ ବ୍ୟୁରୋ : ନିର୍ବାଚନ ଭିତରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତାଥା ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ରାୱଜ ଏଭିନ୍ୟୁ କୋର୍ଟ ଦ୍ୱିତୀୟଥର ପାଇଁ ଖାରଜ କରିଦେଇଛନ୍ତି ।

ସୂଚନା ଥାଉ କି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୂୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ରାୱଜ ଏଭିନ୍ୟୁ କୋର୍ଟର ବିଚାରପତି ଜଷ୍ଟିସ କାବେରୀ ବାବେଜାଙ୍କ ସାମ୍ନାରେ ସିବିଆଇ କହିଥିଲା କି, ଦିଲ୍ଲି ଅବକାରୀନୀତି ମାମଲାରେ ମୁଖ୍ୟ ଅପରାଧୀ ହେଉଛନ୍ତି ମନୀଷ ସିସୋଦିଆ । ତେଣୁ ତାଙ୍କୁ ଜାମିନ ଦେବା ଉଚିତ୍ ନୁହେଁ । ସିିବିଆଇ କହିଥିଲା କି, ଯଦି ସିସୋଦିଆଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ସେ ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବେ ।