ଉତ୍ସବମୁଖର ଅଯୋଧ୍ୟା ନଗରୀ । ଶ୍ରୀରାମଲାଲାଙ୍କ ସୂର୍ଯ୍ୟତିଳକ ଦର୍ଶନ ପାଇଁ ଆସିବେ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ । ୯୦ ବିମାନ, ୧୦୦ଟି ଟ୍ରେନ୍ ବ୍ୟବସ୍ଥା । ମୁତୟନ ହୋଇଛନ୍ତି ୨ହଜାର ପୋଲିସ କର୍ମୀ ।

117

କନକ ବ୍ୟୁରୋ: ଆଜି ଶ୍ରୀରାମ ନବମୀ । ସବୁଠି ଉତ୍ସବର ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି । ଏଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଲାଣି । ସାରା ଦେଶରୁ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଆକଳନ କରାଯାଉଛି । ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ୯୦ ବିମାନ, ୧୦୦ଟି ଟ୍ରେନର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ବ୍ୟାପକ ଆୟୋଜନ କରାଯାଇଛି । ସୁରକ୍ଷାରେ ମୁତୟନ ହୋଇଛନ୍ତି ୨ ହଜାର ପୋଲିସ କର୍ମୀ ।