ତାତି ସାଙ୍ଗକୁ ଅସହ୍ୟ ହେଲାଣି ଜଳକଷ୍ଟ । ବାରମ୍ବାର ଦାବି ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ, ପ୍ରବଳ ଖରା ସତ୍ୱେ ରାସ୍ତାକୁ ଓହ୍ଲାଇଲେ ମହିଳା

39

କନକ ବ୍ୟୁରୋ : ଆକାଶରୁ ଯେମିତି ନିଆଁ ବର୍ଷୁଛି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି । ତାତି ସାଙ୍ଗକୁ ଅସହ୍ୟ ହେଉଛି ଜଳକଷ୍ଟ । ବାରମ୍ବାର ଦାବି ପରେ ପ୍ରଶାସନ ନଶୁଣିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ରାସ୍ତା ଉପରେ ଗରା ବାଲଟି ରଖି ବାଉଁଶ ବାନ୍ଧି ପ୍ରତିବାଦ କରିଛନ୍ତି ନବରଙ୍ଗପୁର ଝରୀଗାଁ ବ୍ଲକ ଭୀମାଗୁଡ଼ା ଗାଁ ଲୋକେ । ଗାଁରେ ରହୁଥିବା ୧୫ହ ପରିବାର ମଧ୍ୟରୁ ୮୫ ଟି ପରିବାରକୁ ପାଇପ ଯୋଗେ ପାଣି ଯୋଗାଇଦିଆଯାଇଛି । ହେଲେ ପାଇପରେ ଠିକରେ ପାଣି ଆସୁନାହଁ । ଟ୍ୟୁବୱେଲରୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ପାଣି ବାହାରୁନହିଁ । ଦୀର୍ଘ ଦିନ ହେଲା ୱାର୍ଡ଼ ସଭ୍ୟ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର ସମାଧାନ ହେଉନାହିଁ । ତେଣୁ ବାଧ୍ୟ ହୋଇ ପ୍ରବଳ ଖରାରେ ରାସ୍ତାରୋକ କରିଛନ୍ତି ମହିଳା ।