ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ସ୍ୱାଧୀନ ଭାବେ ଲଢିବାକୁ କଲେ ଘୋଷଣା ।

484

କନକ ବ୍ୟୁରୋ: ବିଧିବଦ୍ଧ ଭାବେ ବିଜେଡି ଛାଡ଼ିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ବିଜେଡି ଛାଡ଼ିବା ପରେ ଏବେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବିଜୟ । କରଞ୍ଜିଆରୁ ଟିକେଟ ଆଶାୟୀ ଥିବା ବିଜୟ ନାଏକଙ୍କୁ ଟିକେଟ ନମିଳିବାପରେ ସେ ଅସନ୍ତୋଷ ଝାଡ଼ିଛନ୍ତି । କରଞ୍ଜିଆରୁ ଏଥର ବାସନ୍ତି ହେମ୍ବ୍ରମକୁ ବିଜେଡି ଟିକେଟ ମିଳିଛି । ତେବେ ଦଳ ପକ୍ଷରୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ତାକୁ ସୁଚାରୁ ରୂପେ ତୁଲାଇଛନ୍ତି କିନ୍ତୁ ଟିକେଟ ନଦେଇ ଦଳ ତାଙ୍କୁ ଅଣଦେଖ।। କରିଥିବାରୁ ସେ ବାଧ୍ୟ ହୋଇ ଦଳ ଛାଡ଼ିଥିବା କହିଛନ୍ତି । ଏବଂ କରଞ୍ଜିଆରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବିଜୟ ନାଏକ । ଏହାସହ କରଞ୍ଜିଆରେ ନିଜ ସମର୍ଥକଙ୍କ ସହ ପଦଯାତ୍ରା କରିବା ସହ ମନର କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ ବିଜୟ । ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବିଜୟ ନାଏକ ।