ପୋଖରୀରେ ବୁଡ଼ି ୨ ଛାତ୍ର ମୃତ । ପୋଖରୀପୁଟରୁ ଆସିଛି ଏଭଳି ଅଭାବନୀୟ ଘଟଣା ।

କନକ ବ୍ୟୁରୋ: ପୋଖରୀରେ ବୁଡ଼ି ୨ ଛାତ୍ର ମୃତ । ଭୁବନେଶ୍ୱର ପୋଖରୀପୁଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ମୃତ ଛାତ୍ର ହେଲେ ଅଷ୍ଟମ ଶ୍ରେଣୀର ଶୁଭମ ଜେନା ଓ ଦଶମ ଶ୍ରେଣୀର ରାକେଶ ମହାରଣା । ଦୁହେଁ ଟ୍ୟୁସନ ସାରି ଘରକୁ ଫେରିବା ପରେ ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ସହ…

ମାତିଛନ୍ତି ମୁଖାପିନ୍ଧା ଲୁଟେରା । କେନ୍ଦ୍ରାପଡା ଡେରାବିଶ ନୀଳକଣ୍ଠପୁର ଗାଁର ୪ ଘରୁ କଲେ ଲୁଟ୍ ।

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ମାତିଛନ୍ତି ଲୁଟେରା । ଡେରାବିଶ ଥାନା ନୀଳକଂଠପୁରର ୪ଟି ପରିବାରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଘରୋଇ ଆସବାବପତ୍ର । ଚୋରିକୁ ନେଇ ପୋଲିସରେ ଖବର ଦିଆଯାଇଥିଲେ ବି ଦୀର୍ଘସମୟ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଆସିନଥିଲା ପୋଲିସ । ଥାନାଠାରୁ ମାତ୍ର ୨…

ଆସନ୍ତା ୫ ତାରିଖରେ କରାଯିବ ବନକଲାଗି ନୀତି । ଦତ ମହାପାତ୍ର ଓ ମୁଦୁଲି ନିଯୋଗ କର୍ତ୍ତୃପକ୍ଷଙ୍କ ସୂଚନା ।

କନକ ବ୍ୟୁରୋ: ବିବାଦ ଭିତରେ ଆସନ୍ତା ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି । ସୂଚନା ଦେଇଛନ୍ତି ଦତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସରୁ ଅଧିକ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର । ଶେଷଥର ପାଇଁ ଅଗଷ୍ଟ ୯ ଏବଂ ୨୩ ତାରିଖରେ…

ଅଣ୍ଟାଏ ପାଣିରେ ଗଲେ ବିଡ଼ିଓ ବାବୁ । ଘର ଘର ବୁଲିଲେ, ଦୁଃଖ ଦୁର୍ଦ୍ଦଶା ବୁଝିଲେ ।

କନକ ବ୍ୟୁରୋ: ଅପହଞ୍ଚ ଦୁର୍ଗମ ଅଞ୍ଚଳରେ ସରକାରୀ ବାବୁ । ଯେଉଁଠି ପୂର୍ବରୁ ପହଞ୍ଚିନଥିଲା ପ୍ରଶାସନ, ମିଳିନାହିଁ ସରକାରୀ ସୁବିଧା, ଯାହାକୁ କୁହନ୍ତି ଅପହଞ୍ଚ ଇଲାକା । ସେଠିକାର ସମସ୍ୟା ବୁଝିବା ପାଇଁ ଅଣ୍ଟାଏ ପାଣିରେ ଗଲେ ବିଡ଼ିଓ ବାବୁ । ଘର ବାରଣ୍ଡାରେ ବସି ଲୋକଙ୍କ ସମସ୍ୟା ବୁଝିଲେ ।…

ଇସ୍ରୋର ଚନ୍ଦ୍ର ଅଭିଯାନ ପାଇଁ ଭଗବାନଙ୍କୁ ଏକାଠି ଡାକିଥିଲା ଭାରତ । ଜାତି-ଧର୍ମ ଭୁଲି ବିଶ୍ୱକୁ ଦେଲା ଭାଇଚାରାର ବଡ଼…

କନକ ବ୍ୟୁରୋ: ଇତିହାସ ରଚିଲା ଭାରତ, ଜହ୍ନ ଏବେ ଭାରତର, ଜହ୍ନ ମାମୁ ଆମର, ଜହ୍ନରେ ଭାରତ ଲେଖିଲା ନାଁ, ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଖବରର ହେଡଲାଇନ୍ ଆଉ ସୋସିଆଲ ମିଡ଼ିଆର ସିରୋନାମା ପାଲଟିଛି ଏମିତି ଅନେକ କିଛି ଶବ୍ଦ । କାରଣ ଯାହା କୌଣସି ଦେଶ କରିପାରିନଥିଲେ ତାହା ଭାରତ କରିଦେଖାଇଛି…

କୋଟିଏ ଶବ୍ଦକୁ ବଖାଣିଦିଏ ଗୋଟିଏ ଫଟୋ । ଶୈଶବର ସୁନ୍ଦର କାହାଣୀକୁ ଫଟୋରେ ଫଟୋରେ ପଢ଼ନ୍ତୁ…

କନକ ବ୍ୟୁରୋ: ଶୈଶବ... ନା ଅଛି ପାଇବାର ବଡ଼ ଆଶା । ନା ଅଛି ହରାଇବାର ଦୁଃଖ । ନିଜ ଦୁନିଆରେ ମସଗୁଲ ଥାଏ ଶିଶୁ ଟିଏ । ଏହି ଯେମିତି ମା କୋଳରେ ଅତି ଆରାମରେ ଶୋଇଛି କୁନି ଛୁଆଟି । ଆଉ ମା କାମକୁ ଗଲେ ଜେଜେ ମା ଗୀତ ଗାଇ ଶୁଆଇ ଦିଏ ଛୁଆଟିକୁ । ବାପାଙ୍କ କୋଳରେ ଅତି ଆରାମରେ ବସିଛି ଛୁଆଟି । ସେ…