ଇସ୍ରୋର ଚନ୍ଦ୍ର ଅଭିଯାନ ପାଇଁ ଭଗବାନଙ୍କୁ ଏକାଠି ଡାକିଥିଲା ଭାରତ । ଜାତି-ଧର୍ମ ଭୁଲି ବିଶ୍ୱକୁ ଦେଲା ଭାଇଚାରାର ବଡ଼ ଉଦାହରଣ ।

260

କନକ ବ୍ୟୁରୋ: ଇତିହାସ ରଚିଲା ଭାରତ, ଜହ୍ନ ଏବେ ଭାରତର, ଜହ୍ନ ମାମୁ ଆମର, ଜହ୍ନରେ ଭାରତ ଲେଖିଲା ନାଁ, ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଖବରର ହେଡଲାଇନ୍ ଆଉ ସୋସିଆଲ ମିଡ଼ିଆର ସିରୋନାମା ପାଲଟିଛି ଏମିତି ଅନେକ କିଛି ଶବ୍ଦ । କାରଣ ଯାହା କୌଣସି ଦେଶ କରିପାରିନଥିଲେ ତାହା ଭାରତ କରିଦେଖାଇଛି । ଚନ୍ଦ୍ରର ଦକ୍ଷିଣମେରୁରେ ପାଦଥାପି ଭାରତ ବିଶ୍ୱର ପ୍ରଥମ ଦେଶ ବନିଯାଇଛି । ଏହି ସଫଳତା ପରେ ଏବେ ସବୁ ଶ୍ରେୟ ଇସ୍ରୋର ବୈଜ୍ଞାନିକଙ୍କୁ ଦେଉଛନ୍ତି ଭାରତୀୟ ।

https://www.youtube.com/live/-GVEAr_ajts?feature=share

ଭାରତର ଜହ୍ନଯାତ୍ରା ଆରମ୍ଭ ଦିନଠୁ ସାରା ଦେଶ ଏକାଠି ହୋଇଥିବାର ଦେଖିବାକୁ ମିଳିଥିଲା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଇସ୍ରୋର ଚନ୍ଦ୍ର ଅଭିଯାନ ପାଇଁ ଇଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ସଭିଏଁ । ମୁସଲମାନ ଭାଇଙ୍କ ନମାଜ ପାଠ, ଖ୍ରୀଷ୍ଟ ଧର୍ମାବଲମ୍ବୀ ଚର୍ଚ୍ଚରେ ପ୍ରାର୍ଥନା, ହିନ୍ଦୁ ଭାଇ-ଭଉଣୀଙ୍କ ହୋମ-ଯଜ୍ଞ କରିଥିଲେ । ସ୍କୁଲପିଲାଠୁ ସୀମାରେ ଜଗିଥିବା ଯବାନ, ମିଶନ୍ ମୁନ୍ ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ ।

ସତରେ ମୋ ଦେଶର ଭାଇଚାରା ପୂର୍ବରୁ ମହାନ ଥିଲା, ଏବେ ବି ଅଛି ଆଉ ଯୁଗେ ଯୁଗେ ମହାନ ରହିବ ମଧ୍ୟ । ସଫଳତା ହେଉ କି ବିଫଳତା, ସଙ୍କଟ ହେଉ କି ସଂଘର୍ଷପୂର୍ଣ୍ଣ ସମୟ, ଜାତି ଧର୍ମକୁ ଭୁଲି ଏକତା ଦେଖାଇ ବିଶ୍ୱକୁ ବଡ଼ ବାର୍ତ୍ତା ଦେଇଛି ଭାରତ । ଆମେ ଏକାଠି ଅଛୁ, ଏକାଠି ଥିଲୁ, ଏକାଠି ରହିବୁ ମଧ୍ୟ । ଜୟ ହିନ୍ଦ୍… ମୋ ଭାରତ ମୋ ପରିଚୟ… ଚନ୍ଦ୍ରଯାନ-୩ ପାଇଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।