ବିପଦରେ ଓଡ଼ିଆ ଭାଷା ଓ ଅସ୍ମିତା । ଜାତୀୟ ଗଣମାଧ୍ୟମରେ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

488

କନକ ବ୍ୟୁରୋ: ଓଡିଶା ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ଓଡିଆ ଭାଷା ଓ ଅସ୍ମିତା ବିପଦରେ । ଏହା ସହ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ବିଜେଡି ସରକାର ଅଧିନରେ ଓଡିଶାର ପରିଚୟ ବିପଦରେ । ଓଡିଶାର ଅସ୍ମିତା ଓ ଭାଷା ବିପଦରେ ପଡିଛି । ଓଡିଶାବାସୀ ଏହାକୁ ଆଉ ବେଶୀଦିନ ବରଦାସ୍ତ କରିପାରିବେ ନାହିଁ । ଏଭଳି ସ୍ଥିତିରେ ଓଡିଶାରେ ବିଜେପିକୁ ସେବା ପାଇଁ ସୁଯୋଗ ମିଳିବା ଦରକାର । କେନ୍ଦ୍ରରେ ବିଜେଡିର ସମର୍ଥନ ସମ୍ପର୍କରେ ମୋଦି କହିଛନ୍ତି, ଅନ୍ୟ ଦଳ ଭଳି ବିଜେଡି କେନ୍ଦ୍ରକୁ ପ୍ରସଙ୍ଗ ଭିତିକ ସମର୍ଥନ ଦେଇଛନ୍ତି । ମୋଦି ଆହୁରି କହିଛନ୍ତି, ପ୍ରାକୃତିକ ସମ୍ପଦରେ ଭରପୂର ହୋଇ ରହିଛି ଓଡିଶା । ଏତେ ସମ୍ପଦରେ ଭରପୂର ଓଡିଶା ରାଜ୍ୟରେ ୧ ନମ୍ବର ହେବା କଥା । କିନ୍ତୁ ଓଡିଶାର ସ୍ଥିତି କଣ ବୋଲି ପ୍ରଶ୍ନ କରିଛନ୍ତି ।