ମାତିଛନ୍ତି ମୁଖାପିନ୍ଧା ଲୁଟେରା । କେନ୍ଦ୍ରାପଡା ଡେରାବିଶ ନୀଳକଣ୍ଠପୁର ଗାଁର ୪ ଘରୁ କଲେ ଲୁଟ୍ ।

126

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ମାତିଛନ୍ତି ଲୁଟେରା । ଡେରାବିଶ ଥାନା ନୀଳକଂଠପୁରର ୪ଟି ପରିବାରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଘରୋଇ ଆସବାବପତ୍ର । ଚୋରିକୁ ନେଇ ପୋଲିସରେ ଖବର ଦିଆଯାଇଥିଲେ ବି ଦୀର୍ଘସମୟ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଆସିନଥିଲା ପୋଲିସ । ଥାନାଠାରୁ ମାତ୍ର ୨ କିଲୋମିଟର ଦୂର ଏହି ଗାଁକୁ ପହଂଚିବାରେ ପୋଲିସ କାହିଁକି ଏତେ ବିଳମ୍ବ କଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦାନା ବାନ୍ଧିଛି ଅସନ୍ତୋଷ । ଲୁଟ୍ ପରେ ଚିନ୍ତାରେ ପରିବାର ଲୋକ । କାରଣ ଯେଉଁସବୁ ଜିନିଷ ଚୋରି ହୋଇଛି ତାହା ଦୀର୍ଘବର୍ଷ ଝାଳବୁହା ପରିଶ୍ରମର ଫଳ । ଦୀପ୍ତିକାନ୍ତ ପାଢ଼ୀଙ୍କ ଝିଅର ବାହାଘର ପାଇଁ ରଖିଥିବା ସବୁ ସୁନା ଅଳଙ୍କାର ଲୁଟ୍ ହୋଇଯାଇଛି । ସେହିପରି ରଶ୍ମିରଞ୍ଜନ ପାଢ଼ୀ, ପ୍ରିୟରଞ୍ଜନ ପାଢ଼ୀ ଓ ବିଶ୍ୱରଞ୍ଜନ ପାଢ଼ୀଙ୍କ ଘରୁ ମଧ୍ୟ ବହୁ ଆସବାବପତ୍ର ଚୋରି ହୋଇଥିବା ଜଣାଯାଇଛି ।