ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ନଗେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଟିକେଟ୍ । ସୋଫିଆ ଫିର୍ଦ୍ଦୋସଙ୍କୁ କଟକ-ବାରବାଟୀ ଟିକେଟ୍ । 

554

କନକ ବ୍ୟୁରୋ: ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ଦୁଇ ଲୋକସଭା ଆସନ ସହିତ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ପୂର୍ବରୁ ସମ୍ବଲପୁର ଆସନ ପାଇଁ ଦଳ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଥିବାବେଳେ, ଏବେ ତାଙ୍କୁ ବଦଳାଇ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ସେହିପରି କଟକରୁ ଲୋକସଭା ପ୍ରାର୍ଥୀ ହେଇଛନ୍ତି ସୁରେଶ ମହାପାତ୍ର । ସେପଟେ ବାରିପଦା ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ବାଦଲ ହେମ୍ବ୍ରମଙ୍କ ବଦଳରେ ପ୍ରମୋଦ କୁମାର ହେମ୍ବ୍ରମଙ୍କୁ ଦଳ ଟିକେଟ୍ ଦେଇଛି । ସେହିପରି ଖଣ୍ଡପଡାରେ ମନୋଜ କୁମାର ପ୍ରଧାନଙ୍କ ବଦଳରେ ଦଳ ବୈଜୟନ୍ତୀ ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଛି । ଏହାବାଦ୍ ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡଚଣାରୁ ଅଜୟ ସାମଲ, ପାଲଲହଡାରୁ ଫକୀର ସାମଲ, ବାରବାଟୀ-କଟକରୁ ସୋଫିଆ ଫିର୍ଦ୍ଦୋସ, ଜଗତସିଂହପୁରରୁ ପ୍ରତିମା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି ।