କୋଟିଏ ଶବ୍ଦକୁ ବଖାଣିଦିଏ ଗୋଟିଏ ଫଟୋ । ଶୈଶବର ସୁନ୍ଦର କାହାଣୀକୁ ଫଟୋରେ ଫଟୋରେ ପଢ଼ନ୍ତୁ…

158

କନକ ବ୍ୟୁରୋ: ଶୈଶବ… ନା ଅଛି ପାଇବାର ବଡ଼ ଆଶା । ନା ଅଛି ହରାଇବାର ଦୁଃଖ । ନିଜ ଦୁନିଆରେ ମସଗୁଲ ଥାଏ ଶିଶୁ ଟିଏ । ଏହି ଯେମିତି ମା କୋଳରେ ଅତି ଆରାମରେ ଶୋଇଛି କୁନି ଛୁଆଟି । ଆଉ ମା କାମକୁ ଗଲେ ଜେଜେ ମା ଗୀତ ଗାଇ ଶୁଆଇ ଦିଏ ଛୁଆଟିକୁ । ବାପାଙ୍କ କୋଳରେ ଅତି ଆରାମରେ ବସିଛି ଛୁଆଟି । ସେ ଜାଣିଛି ଏହି ଜାଗା ହିଁ ସବୁଠାରୁ ସୁରକ୍ଷିତ । ସମୟ ବଢିବା ସହ ଧିରେ ଧିରେ ବଡ ହୁଏ ଶିଶୁଟି ।

ଘର ଠାରୁ ଅଧିକା ସମୟ ସ୍କୁଲରେ ବିତେ । ସ୍କୁଲ ଗଲା ବାଟରେ ମୌଜ କରିବା ନିତି ଦିନିଆ ଘଟଣା ପାଲଟିଯାଏ । ସାଙ୍ଗ ସାଥୀଙ୍କ ମେଳରେ ମାଛ କଂଟାରେ ମାଛ ଧରିବାର ମଜା ଏହି ବୟସରେ ହିଁ ମିଳିଥାଏ । ଖେଳିବା ପାଇଁ ବଡ ପାର୍କ କି ଷ୍ଟାଡିୟମ  ଲୋଡା ପଡେନି । ଘର ଅଗଣା ପାଲଟିଯାଏ ଖେଳ ପଡିଆ । ଦୋଳିରେ ଝୁଲି ଝୁଲି ଝୁମୁଥାଏ ତ କେତେବେଳେ ମିଛି ମିଛିକା ରୋଷେଇ କରି ଖୁସି ପାଏ ।

ଏହି ଖୁସିରେ ନା ଅଛି ଛଳନା । ଆଉ ଏହି ହସରେ ନା ଅଛି କପଟ । କେବଳ ଖୁସି ଖୁସିରେ ବିତୁଥାଏ ଶିଶୁଟିର ଦିନ । ସତରେ ଏହି ଫଟୋ ବଖାଣୁଛି କଅଁଳ ଶିଶୁର ହୃଦୟର କଥା ।

ବିଶ୍ୱ ଫଟୋଗ୍ରାଫି ଦିବସରେ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିଲା ଫଟୋ ପ୍ରଦର୍ଶନୀ । ଆଉ ଏହି ଗୋଟେ ଗୋଟେ ଫଟୋ କହୁଛି ଶୈଶବର କାହାଣୀ ।