ଆସନ୍ତା ୫ ତାରିଖରେ କରାଯିବ ବନକଲାଗି ନୀତି । ଦତ ମହାପାତ୍ର ଓ ମୁଦୁଲି ନିଯୋଗ କର୍ତ୍ତୃପକ୍ଷଙ୍କ ସୂଚନା ।

68

କନକ ବ୍ୟୁରୋ: ବିବାଦ ଭିତରେ ଆସନ୍ତା ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି । ସୂଚନା ଦେଇଛନ୍ତି ଦତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସରୁ ଅଧିକ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର । ଶେଷଥର ପାଇଁ ଅଗଷ୍ଟ ୯ ଏବଂ ୨୩ ତାରିଖରେ ଶ୍ରୀଜିଉଙ୍କ ବନକଲାଗି ନୀତି ହୋଇଥିଲା । ନୀଳାଦ୍ରି ବିଜେ ବେଳେ ଦତ ମହାପାତ୍ର ସେବକମାନେ ପ୍ରତି ଗୁରୁବାର ବନକଲାଗି କରିବାକୁ ଅଡ଼ି ବସିଥିଲେ । ଆଉ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତମହାପାତ୍ର ନିଯୋଗ ମଧ୍ୟରେ ପ୍ରବଳ ବିବାଦ ହୋଇଥିଲା । ବିବାଦର ସମାଧାନ ପରେ ଅଗଷ୍ଟ ୯ ତାରିଖରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥିଲା । ଏହାର ୧୫ ଦିନ ପରେ ୨୩ ତାରିଖରେ ଶ୍ରୀଜିଉଙ୍କ ବନକଲାଗି ନୀତି ହୋଇଥିଲା । ତେବେ ଏହାରି ଭିତରେ ମାସେରୁ ଅଧିକ ସମୟ ବିତିଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନାହିଁ । ଯେଉଁଥିପାଇଁ ଶ୍ରୀମୁଖ ମଳିନ ପଡ଼ିବା ନେଇ ଅସନ୍ତୋଷ ଦେଖାଇଥିଲା ।