ପୋଖରୀରେ ବୁଡ଼ି ୨ ଛାତ୍ର ମୃତ । ପୋଖରୀପୁଟରୁ ଆସିଛି ଏଭଳି ଅଭାବନୀୟ ଘଟଣା ।

228

କନକ ବ୍ୟୁରୋ: ପୋଖରୀରେ ବୁଡ଼ି ୨ ଛାତ୍ର ମୃତ । ଭୁବନେଶ୍ୱର ପୋଖରୀପୁଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ମୃତ ଛାତ୍ର ହେଲେ ଅଷ୍ଟମ ଶ୍ରେଣୀର ଶୁଭମ ଜେନା ଓ ଦଶମ ଶ୍ରେଣୀର ରାକେଶ ମହାରଣା । ଦୁହେଁ ଟ୍ୟୁସନ ସାରି ଘରକୁ ଫେରିବା ପରେ ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ସହ ଆଉ ଦୁଇ-ତିନି ଜଣ ମଧ୍ୟ ଥିଲେ । ତେବେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ଶୁଭମ ଓ ରାକେଶ । ବାକି ପିଲା ସୁସ୍ଥ ଥିବା ସୂଚନା ମିଳିଛି ।

ଅନ୍ୟପଟେ କେମିତି ଦୁହେଁ ପୋଖରୀରେ ବୁଡ଼ିଲେ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଉଭୟ ଶୁଭମ ଓ ରାକେଶଙ୍କ ପରିବାର ପିଲାଙ୍କୁ ହରାଇ ଶୋକରେ ଭାଙ୍ଗିପଡ଼ିଛନ୍ତି ।