୩ ଦିନ ପାଇଁ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଇଁ ସରକାରଙ୍କ ନିଷ୍ପତ୍ତି ।

912

କନକ ବ୍ୟୁରୋ: ୩ ଦିନ ପାଇଁ ରାଜ୍ୟର ସବୁ ସ୍କୁଲ ବନ୍ଦ । ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ । ୧୮ରୁ ୨୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଇଁ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି । ।

ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାବେଳେ ଏଭଳି ସ୍ଥିତି ଆସନ୍ତା ୩ ଦିନ ଧରି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିିଛି । ଏପରିକି ଏକାଧିକ ଜିଲ୍ଲାରେ ତାପମାତ୍ରା ୪୦ ଉପରେ ରହିବ ଏପରିକି ୪୫ ଡିଗ୍ରୀ ଛୁୁଇଁବ ବୋଲି ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏହି ୩ ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ସରକାର ।