ବ୍ୟାଡମିଣ୍ଟନରେ ଦେଶ ପାଇଁ ଗୌରବ ଆଣୁଥିଲେ । ଏବେ ୟୁପିଏସସିରେ ବି ବିଜୟିନୀ ହେଲେ ।

592

କନକ ବ୍ୟୁରୋ: ଉତ୍ତରାଖଣ୍ଡର ପୂର୍ବ ଡିଜିପି ଅଶୋକ କୁମାରଙ୍କ ଝିଅ କୁହୁ ଗର୍ଗ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (ୟୁପିଏସସି)ରେ ସଫଳତା ହାସଲ କରିଛନ୍ତି । ୧୭୮ ରାଙ୍କ ପାଇଛନ୍ତି କୁହୁ । ବ୍ୟାଡମିଣ୍ଟନ ଖେଳି ଦେଶ ପାଇଁ ଗୌରବ ଆଣିଥିବା କୁହୁ ୟୁପିଏସସିରେ ମଧ୍ୟ ବିଜୟର ଧ୍ୱଜା ଉଡାଇଛନ୍ତି । ବ୍ୟାଡମିଣ୍ଟନ ଖେଳରେ କୁହୁ ୫୬ ଟି ଅଲଇଣ୍ଡିଆ ମେଡାଲ୍ , ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନରେ କୁହୁ ୩୪ ତମ ସ୍ଥାନରେ ଥିବାବେଳେ ଦେଶରେ ମିକ୍ସଡ୍ ଡବଲ୍ସରେ ସେ ନମ୍ବର ୧ ରାଙ୍କରେ ଅଛନ୍ତି ।

ଖେଳରେ ନିଜର ପାରଦର୍ଶୀତା ପ୍ରମାଣ କରିବା ପରେ ବାପାଙ୍କୁ ଦେଖି ପ୍ରଶାସନିକ ସେବାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ଏସଆରସିସି କଲେଜରୁ ଗ୍ରାଜୁଏସନ୍ ଶେଷ କରିବା ପରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହି ସମୟରେ ସେ ଖେଳ ସହ ଦିନକୁ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲେ । ତେବେ ଖେଳରୁ ସେ ଶୃଙ୍ଖଳା ଶିଖିଛନ୍ତି, ଯାହା ୟୁପିଏସସି କ୍ଲିଅର କରିବାକୁ ସାହାଯ୍ୟ କରିଥିବା କହିଛନ୍ତି କୁହୁ ଗର୍ଗ ।