ଷ୍ଟିଲସିଟିରେ ଜମୁଛି ଆଦି ମହୋତ୍ସବ: ପ୍ରଦର୍ଶିତ ହୋଇଛି ଆଦିବାସୀ କଳା, ସଂସ୍କୃତି ଏବଂ ଐତିହ୍ୟ

157

କନକ ବ୍ୟୁରୋ: ଷ୍ଟିଲସିଟିରେ ଜମୁଛି ଆଦିବାସୀ ମେଳା । ଇସ୍ପାତ ସହରର ସେକ୍ଟର-୫ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ କଳା, ସଂସ୍କୃତି, ହସ୍ତଶିଳ୍ପ, ବ୍ୟଞ୍ଜନର ଝଲକ ଦେଖିବାକୁ ମିଳିଛି । ସେଲ, ରାଉରକେଲା ଇସ୍ପାତ କାରଖାନା, ଭାରତୀୟ ଜନଜାତି ସମବାୟ ବିପଣନ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଦି ମହୋତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ପ୍ରଶଂସା କରିଛନ୍ତି । କହିଛନ୍ତି ଆମର ଜନଜାତି ସମୁଦାୟର ଐତିହ୍ୟ ଏବଂ ସଂସ୍କୃତି ଭାରତ ପାଇଁ ଗର୍ବିତ । ଏହି ମେଳା ଆଦିବାସୀ କଳା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ଆଦିବାସୀ ସମ୍ପ୍ରଦାୟର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ସହାୟକ ହେଉଛି । ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଆଦି ମହୋତ୍ସବକୁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ କାରିଗର ମାନେ ଆସି ଭାଗ ନେଇଛନ୍ତି । ଜୈବିକ ଉତ୍ପାଦ, ବୟନଶିଳ୍ପ, ପଟ୍ଟଚିତ୍ର, ଝୋଟ ଉତ୍ପାଦ ଘରକରଣା ସାମଗ୍ରୀ, ମାଟି ବାସନ, ପିତଳରେ ପ୍ରସ୍ତୁତ ସାଜସଜା ସାମଗ୍ରୀ, ଧାନରେ ପ୍ରସ୍ତୁତ ଦେବାଦେବୀଙ୍କ ହସ୍ତକଳା ଆଦି ପ୍ରଦର୍ଶନ ଓ ବିକ୍ରି କରାଯାଉଛି ।