ଆକାଶରୁ ପ୍ରଣବ ପ୍ରକାଶ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା । ବିଜୟ ନିଶ୍ଚିତ କହି ଦୃଢ଼ୋକ୍ତି ପ୍ରକାଶ । ସମଲେଶ୍ୱରୀଙ୍କ ଆର୍ଶୀବାଦ ନେଇ ନାମାଙ୍କନ ଭରିଲେ ପ୍ରଣବ  

142

କନକ ବ୍ୟୁରୋ: ଏଥର ବଡ଼ ଲଢ଼େଇ ଦେଖିବ ସମ୍ବଲପୁର ସଂସଦୀୟ କ୍ଷେତ୍ର । ଏହି ଆସନ ପାଇଁ ଆଜି ପ୍ରଣବ ପ୍ରକାଶ ଦାସ ନାମାଙ୍କନ ଦାଖଲ କରିଥିବା ବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ବାର୍ତା ଜାରି କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ନବୀନଙ୍କ ଏକ ଭିଡିଓ ଏକ ବଡ଼ ସଙ୍କେତ ଦେଉଛି । ଲୋକସଭା ଲଢ଼େଇ କେବଳ ହାର୍ ଜିତର ପ୍ରଶ୍ନ ହୋଇ ରହନି ବରଂ ସମ୍ବଲପୁର ଏବେ ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟି ଯାଇଛି ।

ବିଜେଡର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା ଏକ ବଡ ସଙ୍କେତ ଦେଉଛି । ଚଳିତ ନିର୍ବାଚନରେ ସମ୍ବଲପୁର ଆସନରେ ବଡ ଲଢ଼େଇ ହେବା ସ୍ପଷ୍ଟ ହୋଇଛି । ଆଉ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଛିଡ଼ା କରିବା ପଛରେ ବିଜେଡିର ସୁଚିନ୍ତିତ ରଣନୀତି ରହିିଛି । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଭିଡିଓ ବାର୍ତ୍ତା ଜରିଆରେ ଅଲ୍-ଦ-ବେଷ୍ଟ କହିବା ଏବଂ ବିଜୟ କାମନା କରିବା ସୂଚାଇ ଦେଉଛି ପ୍ରଣବ ପ୍ରକାଶ ଦାସଙ୍କ ପଛରେ ଦୃଢ଼ତାର ସହ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଠିକ୍ ନାମାଙ୍କନ ଦାଖଲ ଦିନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଶୁଭେଚ୍ଛା ବାର୍ତ୍ତା ଆସିବା, ବିଜେଡି ଶିବିରକୁ ଉତ୍ସାହିତ କରିଦେଇଛି ।

  • ସମ୍ବଲପୁରରେ ନାମାଙ୍କନ ଭରିଲେ ପ୍ରଣବ ପ୍ରକାଶ
  • ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ମୈଦାନକୁ ଓହ୍ଲାଇଲେ ପ୍ରଣବ

ପ୍ରବଳ ଉତ୍ସାହ, ବିରାଟ ପଟୁଆର । ନାମାଙ୍କନ ଦାଖଲ ପୂର୍ବରୁ ମା ସମଲେଶ୍ୱରୀଙ୍କ ଆଶିଷ ଲୋଡ଼ି ବିଶାଳ ଶୋଭାଯାତ୍ରାରେ ଯାଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।  ତେବେ ଲୋକସଭା ଲଢ଼େଇ କେବଳ ହାରଜିତର ପ୍ରଶ୍ନ ହୋଇ ରହନି ବରଂ ସମ୍ବଲପୁର ଏବେ ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟି ଯାଇଛି । ଗୋଟିଏ ପଟେ ବିଜେଡିର ସଂଗଠନ ସଂପାଦକ ଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଭଳି ପ୍ରତିଦ୍ୱନ୍ଦୀ ଅଛନ୍ତି । ତେଣୁ ସମ୍ବଲପୁରରେ ବଡ଼ଧରଣର ଟକ୍କର ହେବ ।

ତେବେ ଏଥିରେ କୌଣସି ସନ୍ଦେହ ନାହଁ ଯେ, ସମ୍ବଲପୁରରେ ଲଢ଼େଇ ଏଥର ଦମଦାର ହେବ । କିନ୍ତୁ ଲଢ଼େଇ ପୂର୍ବରୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଚର୍ଚ୍ଚାର ବିଷୟ ହୋଇଛି ।