Daily Archives

October 29, 2023

ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଟ୍ରେନର କିଛି ବଗି ଲାଇନଚ୍ୟୁତ

କନକ ବ୍ୟୁରୋ: ପୁଣି ଟ୍ରେନ୍ ଅଘଟଣ । ଲାଇନଚ୍ୟୁତ୍ ହେଲା ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ । ବିଜୟନଗରମର ଆଲମୋଣ୍ଡା ଷ୍ଟେସନ୍ ନିକଟରେ ଟ୍ରେନଟି ଲାଇନଚ୍ୟୁତ୍ ହୋଇଛି । ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ବିଶାଖାପାଟଣା-ରାୟଗଡା ଟ୍ରେନ୍ କଣ ପାଇଁ…

ଗୁଣୁପୁରର ଗେଣ୍ଡୁଫୁଲ ଚାଷୀ ପୀତବାସ । ପାରମ୍ପରିକ ଚାଷ ବଦଳରେ ୪ବର୍ଷ ହେଲା କରୁଛନ୍ତି ଫୁଲ ଚାଷ । ଦୈନିକ ୫୦ କିଲୋରୁ…

କନକ ବ୍ୟୁରୋ: ଧାନ ଓ କପା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ଯୁବ ଚାଷୀ ପୀତବାସ ଶବର । କିଛି ଭିନ୍ନ ଓ ନୂଆ କରିବାକୁ ଯାଇ ସେ ଆରମ୍ଭ କରିଛନ୍ତି ଫୁଲ ଚାଷ । ନିଜ ଗାଁରେ ରହି ସ୍ୱଳ୍ପ ସମ୍ବଳରେ ଗେଣ୍ଡୁ ଫୁଲ ଚାଷକରି ନିଜର ଆର୍ଥିକ ସ୍ଥିତିରେ…

ଇଞ୍ଜିନିୟରରୁ ସଫଳ କଫି ଚାଷୀ । ନିଜ ଘରେ ବସାଇଛନ୍ତି କଫି ପ୍ରୋସେସିଂ ୟୁନିଟ । ୧୦ ରୁ ୧୨ଟି ପରିବାରକୁ ଦେଇଛନ୍ତି…

କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ନିଜ ଭିଟାମାଟିକୁ ଫେରି କଫି ଚାଷ ପ୍ରତି ମନବଳାଇଥିଲେ ଯୁବ ଇଂଜିନିୟର ସମ୍ବିତ ପଣ୍ଡା । କିଛି ନୂଆ କରିବାର ଆଶା ନେଇ ନିଜ ଘରେ ଆରମ୍ଭ କରିଥିଲେ କଫି ପ୍ରୋସେସିଂ ୟୁନିଟ । ଏକ ଭିନ୍ନ ସ୍ୱାଦ ପାଇଁ ସେ ତିଆରି କରିଛନ୍ତି ଏକ ଅଲଗା ମିଶ୍ରଣ । ଯାହାକୁ…

ପ୍ରଦୀପ ପ୍ରଧାନ ଗିରଫ । ପୋଲିସକୁ ଧନ୍ୟବାଦ ଦେଲେ ଦୂତୀ । ନିନ୍ଦା କଲେ ସୂଚନା ଅଧିକାର କର୍ମୀ

କନକ ବ୍ୟୁରୋ: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଏକ ପୁରୁଣା ମାମଲାରେ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଅଲିମ୍ପିଆନ ଦୂତୀ ଚାନ୍ଦ କରିଥିବା ଅଭିଯୋଗ ଆଧାରରେ ଥିବା ପୁରୁଣା ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା…

ସମ୍ବିତ-ବସନ୍ତଙ୍କ ମଧ୍ୟରେ ଚାଲିଛି କି ଶୀତଳଯୁଦ୍ଧ? କର୍ମୀ ସମାବେଶ କରି ଦେଖାଇଲେ ପତିଆରା

କନକ ବ୍ୟୁରୋ: ଦୁଇଟି ସମାନ୍ତରାଳ କାର୍ଯ୍ୟକ୍ରମରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଏନଏସି ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ । ରାବଣପୋଡି ଓ କୁମାର ଉତ୍ସବ କାର୍ଯ୍ୟକ୍ରମ ଜରିଆରେ ପତିଆରାର ପ୍ରଦର୍ଶନ ହୋଇଛି । ରାବଣପୋଡି ଉତ୍ସବରେ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି…

କଳାକାର କଳି ଭିତରେ ଅରିନ୍ଦମଙ୍କ ପ୍ରେସମିଟ୍ । ଆଲୋଚନା କରିବାକୁ ଦେଲେ ପରାମର୍ଶ । ସେପଟେ ଉକ୍ରଳ ସିନେ ଚାମ୍ବର ଅଫ୍…

କନକ ବ୍ୟୁରୋ: କଳାକାରଙ୍କ କଳିକୁ ନେଇ ପଶ୍ଚିମଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିବାଦର ଚିତ୍ର ସାମନାକୁ ଆସିବା ପରେ ସାରା ରାଜ୍ୟରେ ଏହା ପ୍ରମୁଖ ପ୍ରସଙ୍ଗ ପାଲଟିଛି । ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ସଂଘର୍ଷ କରୁଥିବା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ କଳି, ଏତେ ବଡ ରୂପ…