ନିର୍ବାଚନ ପୂର୍ବରୁ ବଡ଼ ଧରଣର ଆଇଟି ରେଡ । ଜୋତା ବ୍ୟବସାୟୀଙ୍କ ଘରୁ ନଗଦ ୪୦ କୋଟି ଟଙ୍କା ଜବତ । ଏବେବି ସରିନି ଟଙ୍କା ଗଣା ।

3,091

କନକ ବ୍ୟୁରୋ: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଉତରପ୍ରଦେଶ ଆଗ୍ରାରେ ବଡ଼ ଧରଣର ଆଇଟି ରେଡ ହୋଇଛି । ଜଣେ ଜୋତା ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଆୟକର ଅଧିକାରୀମାନେ ଟଙ୍କା ଗଣା କାର୍ଯ୍ୟରେ ଲାଗିଥିବା ଏପର୍ଯ୍ୟନ୍ତ ନଗଦ ୪୦ କୋଟି ଟଙ୍କା ଜବତ ହେଲାଣି । ଟଙ୍କା ଗଣା ଜାରିରହିଥିବାରୁ ଜବତ ଟଙ୍କାର ପରିମାଣ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଗତକାଲି ଅପରାହ୍ନରୁ ଆୟକର ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି ।