କନକ ବ୍ୟୁରୋ: ପୁଣି ଟ୍ରେନ୍ ଅଘଟଣ । ଲାଇନଚ୍ୟୁତ୍ ହେଲା ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ । ବିଜୟନଗରମର ଆଲମୋଣ୍ଡା ଷ୍ଟେସନ୍ ନିକଟରେ ଟ୍ରେନଟି ଲାଇନଚ୍ୟୁତ୍ ହୋଇଛି । ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ବିଶାଖାପାଟଣା-ରାୟଗଡା ଟ୍ରେନ୍ କଣ ପାଇଁ ଲାଇନଚ୍ୟୁତ ହେଲା? ଏଥିରେ କେତେଜଣ ଯାତ୍ରୀ ଆହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନି ।
ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ
ବିଜୟନଗରମ୍ ଆଲମୋଣ୍ଡା ଷ୍ଟେସନ ନିକଟରେ ଲାଇନଚ୍ୟୁତ
ଟ୍ରେନର କିଛି ବଗି ଲାଇନଚ୍ୟୁତ#Train #Odisha #KanakNews pic.twitter.com/LCHNZXYWbz— Kanak News (@kanak_news) October 29, 2023