କନକ ବ୍ୟୁରୋ: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଏକ ପୁରୁଣା ମାମଲାରେ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଅଲିମ୍ପିଆନ ଦୂତୀ ଚାନ୍ଦ କରିଥିବା ଅଭିଯୋଗ ଆଧାରରେ ଥିବା ପୁରୁଣା ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment
  • ପ୍ରଦୀପ ପ୍ରଧାନ ଗିରଫ
  • ପୋଲିସକୁ ଧନ୍ୟବାଦ ଦେଲେ ଦୂତୀ
  • ନିନ୍ଦା କଲେ ସୂଚନା ଅଧିକାର କର୍ମୀ

ପ୍ରଦୀପଙ୍କ ଓକିଲଙ୍କ କହିବା ଅନୁସାରେ, ଦୂତୀ ଚାନ୍ଦ ପ୍ରାୟ ୨ବର୍ଷ ତଳେ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପ୍ରଦୀପ ଦୂତୀଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ମିଛ ପ୍ରଚାର କରିଥିବା ସେ ଅଭିଯୋଗ କରିଥିଲେ । ଆଉ ଦୂତୀଙ୍କ ଅଭିଯୋଗ ଆଧାରରେ ପ୍ରଦୀପଙ୍କ ବିରୋଧରେ ଆଇପିସି ଧାରା, ୫୦୬, ୩୫(୪)ଏ, ୩୮୫, ୧୨୦(ବି) ଲଗାଇ ମାମଲା ରୁଜୁ କରିଥିଲା ପୋଲିସ ।

ଗିରଫଦାରୀ ଏଡାଇବାକୁ ପ୍ରଦୀପ କୋର୍ଟକୁ ଯାଇଥିଲେ । କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ଜାମିନ ହୋଇ ପାରିନଥିଲା । ଆଉ ଏବେ ସେହି ମାମଲାରେ ପୁଣି ଥରେ ଦୂତୀ କୋର୍ଟକୁ ଯିବାରୁ ପ୍ରଦୀପଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ପ୍ରଦୀପଙ୍କ ଗିରଫକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ । ତେବେ ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ସ୍ୱାଗତ କରିଛନ୍ତି ଅଲିମ୍ପିଆନ୍ ଦୂତୀ ଚାନ୍ଦ । ଏଥିପାଇଁ ସେ ପୋଲିସକୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି, ଦେଢ଼ ବର୍ଷ ପରେ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି ।