ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କ ଚେତାବନୀ । କହିଲେ, ଘଟଣା ବାବଦରେ ପୋଲିସ ଡିଜିଙ୍କ ସହ କଥା ହୋଇଛି, କୌଣସି ପ୍ରକାର ହିଂସାକୁ କରାଯିବନି ବରଦାସ୍ତ ।

257

କନକ ବ୍ୟୁରୋ : ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କ କଡା ଚେତାବନୀ । କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ପୋଲିସ ଡିଜିଙ୍କ ସହ କଥା ହୋଇଛି । ସ୍ଥିତିକୁ ନିୟନ୍ତ୍ରଣ ଆଣିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି ସିଇଓ । ଏହାସହ ଆସ୍କା ନିର୍ବାଚନମଣ୍ଡଳୀରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସିଇଓ ।

ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ନିର୍ବାଚନ ପୂର୍ବରୁ, ନିର୍ବାଚନ ସମୟରେ ଏବଂ ନିର୍ବାଚନ ପରେ କୌଣସି ପ୍ରକାର ହିଂସାକାଣ୍ଡ କିମ୍ବା ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି ସିଇଓ । ଗତକାଲି ଘସିପୁରାରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା । ବିଚ୍ ରାସ୍ତାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ରାଲିକୁ ଅଟକାଇଥିେ ବିଜେଡି ନେତାଙ୍କ ସମର୍ଥକ । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଚାର ଗାଡି ଯାଉଥିବା ବେଳେ ବଦ୍ରିଙ୍କ ସମର୍ଥକ ବିଚ୍ ରାସ୍ତାକୁ ଆସି ଗାଡି ଅଟକାଇବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ ।